ପଦଛାଡ଼ିଲେ ଭକ୍ତ ଦାସ

60

ଭୁବନେଶ୍ୱର: ଦଳର ଖରାପ ପ୍ରଦର୍ଶନ ପରେ ଭକ୍ତ ଦାସ ପଦ ଛାଡ଼ିଛନ୍ତି ।  ସେ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି । ଅଧ୍ୟକ୍ଷ ପଦ ଛାଡ଼ିବା ନେଇ ଶ୍ରୀ ଦାସ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଚିଠି ଲେଖିଛନ୍ତି । ପ୍ରକାଶ ଯେ ଭକ୍ତ ଦାସ ଚଳିତ ନିର୍ବାଚନରେ ନର୍ଲା ବିଧାନସଭା ଆସନରୁ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ତେବେ ସେ ପରାଜୟ ବରଣ କରିଛନ୍ତି । ଏଥିସହ କଂଗ୍ରେସ ସମୂହଭାବେ ମଧ୍ୟ ଚଳିତ ନିର୍ବାଚନରେ ଖରାପ ପ୍ରଦର୍ଶନ କରିଛି । ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ତାଙ୍କ ସ୍ଥାନରେ  ଭକ୍ତ ଦାସଙ୍କୁ ନିଯୁକ୍ତ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ  ।

Comments are closed, but trackbacks and pingbacks are open.