ଓଡ଼ିଶାରେ ପ୍ରଥମ ଥର ପାଇଁ ଆଙ୍ଗୁଠି ଟିପ ରେ ଆମ୍ବୁଲାନ୍ସ ସେବା

22

ଓଡ଼ିଶାରେ ପ୍ରଥମ ଥର ପାଇଁ ଆଙ୍ଗୁଠି ଟିପ ରେ ଆମ୍ବୁଲାନ୍ସ ସେବା I ଭୁବନେଶ୍ୱରର ୬ ଜଣ ସାଙ୍ଗ ମିଶି ପ୍ରସ୍ତୁତ କରିଛନ୍ତି ‘ମୋ ଆମ୍ବୁଲାନ୍ସ’ ସେବା I ଆପଣ ଆପଣଙ୍କର ସ୍ମାର୍ଟ ଫୋନ ଜରିଆରେ ଏହି ସେବା ପାଇ ପାରିବେ I ଏଥିପାଇଁ ଆପଣଙ୍କୁ ଗୁଗୁଲ ପ୍ଲେ ଷ୍ଟୋରରୁ ‘ମୋ ଆମ୍ବୁଲାନ୍ସ ‘ଆପ ଟିକୁ ଡାଉନଲୋଡ କରିବାକୁ ପଡିବ I ଏହି ଆପ ଦ୍ୱାରା ଯେ କୌଣସି ବ୍ୟକ୍ତି ମାତ୍ର ଗୋଟିଏ ଥର କ୍ଳିକରେ ବୁକିଂ କରିବା ସହିତ ଆମ୍ବୁଲାନ୍ସର ଉଚିତ ମୂଲ୍ୟ ବାବଦରେ ମଧ୍ୟ ଜାଣିପାରିବେ । ଏହି ଆପ ଟି କୁ ପ୍ରସ୍ତୁତ କରିଛନ୍ତି ଭୁବନେଶ୍ୱର ରେ ରହୁଥିବା ଦୀପ୍ତି ମହାନ୍ତି ଓ ତାଙ୍କର ୫ ଜଣ ସାଙ୍ଗ I ତେବେ ଦୀପ୍ତିଙ୍କ କହିବା କଥା ଯେ ବର୍ତ୍ତମାନ କୋଭିଡ ସମୟରେ ଲୋକମାନେ ଆମ୍ବୁଲାନ୍ସ ଟିଏ ଯୋଗାଡ଼ କରିବା ପାଇଁ ଯେଉଁ ଭଳି ହଇରାଣ ହେଉଛନ୍ତି ତାହାକୁ ଦେଖି ସେ ନୂତନ ଟେକ୍ନୋଲୋଜି ଦ୍ୱାରା ଏହି ଆପ ଟି ପ୍ରସ୍ତୁତ କରିଛନ୍ତି I ଯେପରି ସଠିକ ସମୟରେ ଲୋକ ମାନଙ୍କ ସେବା ରେ ଆମ୍ବୁଲାନ୍ସ ପହଂଚି ପାରିବ କାରଣ ଅନେକ ସମୟରେ ଦେଖାଯାଇଛି ରାତି ବିତି ,ଜରୁରୀ କାଳୀନ ପରିସ୍ଥିତି ସମୟ ରେ ଆମ୍ବୁଲାନ୍ସ ପହଂଚି ନଥାଏ କିମ୍ବା ଯଦି ପହଂଚି ଥାଏ ତେବେ ତାଙ୍କର ମନଇଚ୍ଛା ମୂଲ୍ୟ ଥାଏ I ପ୍ରାୟ ସମୟ ରେ ଦେଖାଯାଇଛି ରୋଗୀ ଜଣକ ଠିକ ସମୟ ରେ ମେଡିକାଲରେ ପହଞ୍ଚିନପାରିବାରୁ ଅମୁଲ୍ୟ ଜୀବନ ଟିକୁ ହରାଇ ବସିଥାନ୍ତି I ଏହି ସବୁ ପରିସ୍ଥିକୁ ଦୃଷ୍ଟି ରେ ରଖି ସେ ଏଭଳି ଏକ ଆପ ବାବଦରେ ଚିନ୍ତା କରିଥିଲେ । ଯେପରି ଲୋକମାନେ ସମୟାନୁସାରେ ଉନ୍ନତ ମାନର ଆମ୍ବୁଲାନ୍ସ ସେବା ସହିତ ଉଚିତ ମୂଲ୍ୟ ମଧ୍ୟ ଜାଣିପାରିବେ ତାହାକୁ ଗୁରୁତ୍ୱ ଦିଆଯାଇଛି । ଜଣଙ୍କର ଅମୂଲ୍ୟ ଜୀବନ ରକ୍ଷା କରିବା ଉଦ୍ଦେଶ୍ୟ ରେ ଏହି ଆପ ଟି କୁ ପ୍ରସ୍ତୁତ କରାଯାଇଛି ।

ଏହି ଆପକୁ ଟିକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋରରେ ଖୁବ ସହଜରେ ପାଇ ପାରିବେ I ଏହା କୁ ମାତ୍ର ଅଗଷ୍ଟ ମାସରେ ଆରମ୍ଭ କରାଯାଇଥିବାବେଳେ,ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି । ମାସକ ମଧ୍ୟରେ ୧୫୦ରୁ ଅଧିକ ଥର ଆପ ମାଧ୍ୟମରେ ଆମ୍ବୁଲାନ୍ସ ବୁକିଂ କରାଯାଇଛି ଏବଂ ଯେଉଁମାନେ ଆପ ମାଧ୍ୟମରେ ଆମ୍ବୁଲାନ୍ସ ବୁକିଂ କରିପାରୁନାହାନ୍ତି ସେମାନଙ୍କ ପାଇଁ ଟୋଲ ଫ୍ରି ନମ୍ବର(1800-2572-115) ମଧ୍ୟ ଦିଆ ଯାଇଛି । ଏଥିରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ସାଙ୍ଗକୁ ପ୍ରତି ଆମ୍ବୁଲାନ୍ସରେ ଜଣେ ଫାର୍ମାସିଷ୍ଟ ରହିବା ଭଳି ସୁବିଧା ମୋ ଆମ୍ବୁଲାନ୍ସ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।ସେହିପରି ଆମ୍ବୁଲାନ୍ସ ବୁକିଂ କରିବା ମାତ୍ରେ ଆପଣ ଚାଁହୁଥିବା ମେଡିକାଲ ସହ ମଧ୍ୟ ଆପଣଙ୍କୁ ଯୋଗାଯୋଗ କରାଇଦେବାର ବ୍ୟବସ୍ଥା ଏହି ଆପରେ ରହିଛି ।

Leave A Reply

Your email address will not be published.