ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କଲେ ନବୀନ ପଟ୍ଟନାୟକ

123

ଭୁବନେଶ୍ଵର: ଓଡିଶା ରାଜନୀତିକୁ ନେଇ ବଡ ଖବର ଆସିଛି। ଓଡିଶା ବିଧାନସଭା ନିର୍ବାଚନରେ ବିଜେଡ଼ି ସଂଖ୍ୟା ଗରିଷ୍ଠତାରେ ବିଫଳ ହେବା ପରେ ପାଞ୍ଚଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେବାକୁ ରାଜଭବନରେ ପହଞ୍ଚିଛନ୍ତି। ନବୀନ ପଟ୍ଟନାୟକ ପ୍ରଥମେ ସକାଳ ୧୧.୩୦ ଟାରେ ନବୀନ ନିବାସରୁ ବାହାରି ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କୁ ରାଜଭବନରେ ଭେଟିଛନ୍ତି। ଏବଂ ସେଠାରେ ରାଜ୍ୟପାଳଙ୍କୁ ନବୀନ ପଟ୍ଟନାୟକ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ନବୀନ ପଟ୍ଟନାୟକଙ୍କ ସେହି ପୁରୁଣା ଶୈଳୀରେ ନିଜର ସ୍ମିତ ହସ ମାଧ୍ୟମରେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ୪ ଟି ପର୍ଯ୍ୟାୟରେ ଓଡିଶା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗତକାଲି ଏହାର ଭୋଟ ଗଣତି ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ଆଶ୍ଚର୍ଯ୍ୟଜନକ ଭାବେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଗୋଟିଏ ଆସନରେ ପରାସ୍ତ ହୋଇଥିଲେ। ଚଳିତ ନିର୍ବାଚନରେ ବିଜେପି ୭୮ ଟି ଆସନ ପାଇଥିବା ବେଳେ ବିଜେଡ଼ିକୁ ୫୧ ଟି ଆସନ ମିଳିଛି।

Leave A Reply

Your email address will not be published.