ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ଦଳ ରୁ ନିଲମ୍ବିତ

19

ସବୁବେଳେ ଅଶାନ୍ତ ରହୁଥିବା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କୁ ଶେଷରେ ଜବରଦସ୍ତ ଝଟକା ଲାଗିଛି I ବିଜେପି ନେତା ଙ୍କୁ ମାଡ଼ ଅଭିଯୋଗ ରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଧାଡ଼ିକିଆ ନିର୍ଦ୍ଦେଶନାମା ଅନୁସାରେ ଶ୍ରୀ ଜଗଦେବଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ବିଜେପି ମଣ୍ଡଳ ସଭାପତିଙ୍କୁ ପିଟିବା ନେଇ ଆଜି ସ୍ଥାନୀୟ ଅଞ୍ଚଳରେ ହଙ୍ଗମା ହୋଇଥିଲା। ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ବାଲୁଗାଁ ନଗର ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ବିଚ୍ ରାସ୍ତାରେ ପିଟିଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ। ଗାଡ଼ିରୁ ଓହ୍ଲାଇ ନିରଞ୍ଜନଙ୍କ ଆଡକୁ ଚିହିଁକି ଯାଇ ଧକ୍କା ମାରିଥିଲେ ବିଧାୟକ। ନଗର ସଭାପତିଙ୍କୁ ବିଧାୟକଙ୍କ ମାଡ଼ ମାରିବା ନେଇ ବାଲୁଗାଁ ଥାନା ସାମ୍ନାରେ ବିଜେପି କର୍ମୀମାନେ ଧାରଣା ଦେଇଛନ୍ତି। ନିରଞ୍ଜନ ପଚାରି ଫେରୁଥିବା ବେଳେ ସେଠି ପହଞ୍ଚି ଯାଇଥିଲେ ପ୍ରଶାନ୍ତ। ଗାଡ଼ିରୁ ଓହ୍ଲାଇ ବିଧାୟକ ତାଙ୍କୁ ପିଟିଥିବା ଅଭିଯୋଗ କରିଛନ୍ତି ନିରଞ୍ଜନ। ବିଧାୟକଙ୍କୁ ତୁରନ୍ତ ଗିରଫ ଦାବିରେ ଧାରଣା ଦେଇଛନ୍ତି ବିଜେପି କର୍ମୀ। ପୁଲିସକୁ ଆଇନ ଅନୁସାରେ ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସବୁଜ ସଙ୍କେତ ଦିଆଯାଇଥିବା ଜଣାପଡ଼ିଛି । ବିଧାୟକଙ୍କ ବିରୋଧରେ ଏମିତି ଅପରାଧିକ ଅଭିଯୋଗ ନୂଆ ନୁହେଁ। ନିଜକୁ ଜଣେ ବାହୁବଳୀ ନେତା ବୋଲାଇ ପୂର୍ବରୁ ଲୋକଙ୍କୁ ମାଡ଼ ମାରିବା, ଧମକଚମକ ଦେବା ଓ ଗାଳିଗୁଲଜ କରିବା ଭଳି ଅଭିଯୋଗ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ରହିଛି। ସେହିପରି ମନମୁଣ୍ଡାରେ ଜଣେ ବିଜେପି କର୍ମୀଙ୍କୁ ମାଡ଼, ଭୁବନେଶ୍ୱରରେ ଉଠା ଦୋକାନୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଦେବା ଭଳି ଅନେକ ଘଟଣାର ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା। ସରକାରୀ ଅଧିକାରୀ ବି ତାଙ୍କ ଦାଦାଗିରିରୁ ବର୍ତ୍ତି ନାହାନ୍ତି। ବୋଲଗଡ଼ ତଦସିଲଦାର  ନିହାରିକା ନାୟକ ଙ୍କୁ ମାଡ଼ ହେଉ କି ପୁରୀ ମନ୍ଦିରରେ ଏସପିଙ୍କୁ ଗାଳି, ସର୍ବସାଧାରଣ ସ୍ଥାନରେ ଅନେକ ବାର ତାଙ୍କର ଅଭାଦ୍ରାମୀ ଦେଖିବାକୁ ମିଳି ଥାଏ I ଶେଷରେ ଆଜି ତାଙ୍କୁ ଦଳରୁ ନିଲମ୍ବିତ କରଯାଇ

Leave A Reply

Your email address will not be published.