ବିଜେପି ଦିନରେ ସ୍ୱପ୍ନ ଦେଖୁଛି :ନବୀନ

64

ଭୁବନେଶ୍ୱର: ବିଜେପିକୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ସରକାର ଗଠନ କରିବା ନେଇ ବିଜେପି ଦିନରେ ସ୍ୱପ୍ନ ଦେଖୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ଭାଷଣ ପରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ । ଭବାନୀପାଟଣାରେ ନିର୍ବାଚନୀ ସଭା ସମ୍ବୋଧନ କରି ଖଡିଆଳ ଯିବା ରାସ୍ତାରେ ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିଲେ ଯେ, ଏଥର ରାଜ୍ୟରେ ବିଜେପି ସରକାର ଗଢିବା ନେଇ କହୁଛନ୍ତି ।ଏହାର ଜବାବରେ ମୁଖ୍ୟମନ୍ତ୍ରୀ କହିଥିଲେ, ବହୁତ ଦିନ ହେଲା ବିଜେପି ଦିନରେ ସ୍ବପ୍ନ ଦେଖି ଆସୁଛନ୍ତି । ଏହି ଛୋଟିଆ ଭିଡିଓକୁ ପାଣ୍ଡିଆନ ସୋସିଆଲ ସାଇଟ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ପ୍ରକାଶ ଯେ ଓଡିଶାରେ ଏଥର ବିଜେଡି ଯିବ, ବିଜେପି ଆସିବ । ଓଡିଶାରେ ପ୍ରଥମ କରି ଗଢାହେବ ଡବଲ ଇଞ୍ଜିନ ସରକାର । ବ୍ରହ୍ମପୁର ପରେ ନବରଙ୍ଗପୁରରେ ମଧ୍ୟ ବିଜେପି ସରକାର ଗଢିବା ନେଇ ଦୃଢୋକ୍ତି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହିତ ଓଡିଶାକୁ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ମିଳିବ । ଓଡିଶାର ପୁଅ କିମ୍ବା ଓଡିଶାର ଝିଅ ମୁଖ୍ୟମନ୍ତ୍ରୀ ହେବ, କେହି ବାହାର ଲୋକ ହେବନି । ଯିଏ ଓଡିଶାର ମାଟିକୁ ମଥାରେ ଲଗେଇ ବୁଲିବ, ତାକୁ ବିଜେପି ନିଜର ପ୍ରଥମ ମୁଖ୍ୟମନ୍ତ୍ରୀ ବନେଇବ ବୋଲି ମୋଦୀ କହିଛନ୍ତି । ଖାଲି ସେତିକି ନୁହେଁ, ଯିଏ ଏଠାକାର ସମସ୍ୟା ଜାଣିଛି, ସମାଧାନ ଜାଣିଛି । ଯିଏ ଲୋକଙ୍କ ସହ ଜଡିତ ଅଛି, ବିଜେପି ସେମିତି ଜଣେ ଲୋକକୁ ମୁଖ୍ୟମନ୍ତ୍ରୀ କରିବ । ଏ ହେଉଛି ମୋଦୀର ଗ୍ୟାରେଣ୍ଟି ବୋଲି ନବରଙ୍ଗପୁର ଜନସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅନ୍ୟପଟେ ଏଥର ଓଡିଶା ଏବଂ ଦିଲ୍ଲୀରେ ଡବଲ ଇଞ୍ଜିନ ସରକାର । ଓଡିଶାର ବିକାଶକୁ ଏହା ନୂଆ ଗତି ଦେବ । ଏଠାକୁ ପ୍ରଗତି ଆସିବ । ତେଣୁ ଏଥର ଲୋକସଭାର ସମସ୍ତ ୨୧ ସିଟରେ ପଦ୍ମ ଫୁଟିବ ଏବଂ ବିଧାନସଭାରେ ବିଜେପିକୁ ବମ୍ପର ବିଜୟ ଦେବାକୁ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ ପ୍ରଧାନମନ୍ତ୍ରୀ । ଯାହାଫଳରେ ଓଡିଶାକୁ ନୂଆ ଉର୍ଜା ମିଳିବା ସହିତ ନୂଆ ନେତୃତ୍ୱ ମିଳିବ । ଜୁନ୍ ୪ ତାରିଖ ବିଜେଡି ଏକ୍ସପାଏରୀ ଡେଟ୍ । ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହର ତାରିଖ । ମୁଁ ଆଜି ସମସ୍ତଙ୍କୁ ଏହି ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି ବୋଲି କହିଛନ୍ତି ମୋଦୀ ।

Comments are closed, but trackbacks and pingbacks are open.