ଆସନ୍ତାକାଲି ଠୁ ତୃତୀୟ ପର୍ଯ୍ୟରେ ୧୧ ରାଜ୍ୟରେ ହେବ ମତଦାନ

41

ନୂଆଦିଲ୍ଲୀ:  ଅଷ୍ଟାଦଶ ଲୋକସଭା ନିର୍ବାଚନ ଲାଗି ଆସନ୍ତା ମେ ୭ ତାରିଖରେ ତୃତୀୟ ପର୍ୟ୍ୟାୟ ମତଦାନ । ଏଥିଲାଗି ରବିବାର ସନ୍ଧ୍ୟା ସୁଦ୍ଧା ପ୍ରଚାର କାର୍ୟ୍ୟ ଶେଷ ହୋଇଛି । ତୃତୀୟ ପର୍ୟ୍ୟାୟ ଭୋଟିଂରେ ମୋଟ ୯୩ଟି ସଂସଦୀୟ କ୍ଷେତ୍ର ଲାଗି ଭୋଟ ପଡ଼ିବାକୁ ଥିବା ବେଳେ ୧୩୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଲାଗି ତୃତୀୟ ପର୍ୟ୍ୟାୟରେ ଭୋଟ ଗ୍ରହଣ କରାଯିବ । ଆଜି ପ୍ରଚାର କାର୍ୟ୍ୟ ଶେଷ ହୋଇଥିବା ବେଳେ ବହୁ ହେଭିୱେଟ ନେତା ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିଥିଲେ । ତୃତୀୟ ପର୍ୟ୍ୟାୟ ମତଦାନକୁ ଯାଇଥିବା ମୋଟ ୯୩ଟି ସଂସଦୀୟ କ୍ଷେତ୍ର ମଧ୍ୟରୁ ୭୨ଟି ଜେନେରାଲ ସିଟ୍‌ ଥିବା ବେଳେ ୧୦ଟି ଅନୁସୂଚିତ ଜାତି ଓ ୧୧ଟି ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ଲାଗି ସଂରକ୍ଷିତ ରହିଛି ।

ସେହିପରି ୧୩୩୧ ପ୍ରାର୍ଥୀଙ୍କ ମଧ୍ୟରୁ ୨୫ରୁ ୩୦ ବର୍ଷୀୟ ପ୍ରାର୍ଥୀଙ୍କ ସଂଖ୍ୟା ୮୧ ଥିବା ବେଳେ ୩୧-୪୦ ବର୍ଷୀୟ ପ୍ରାର୍ଥୀ ୩୨୩ ଜଣ, ୪୧-୫୦ ବର୍ଷୀୟ ପ୍ରାର୍ଥୀ ୪୦୮ଜଣ, ୫୧-୬୦ ବର୍ଷୀୟ ପ୍ରାର୍ଥୀ ୨୯୮ଜଣ, ୬୧-୭୦ ବର୍ଷୀୟ ପ୍ରାର୍ଥୀ ୧୮୦ଜଣ, ୭୧-୮୦ ବର୍ଷୀୟ ପ୍ରାର୍ଥୀ ୪୦ ଓ ୮୧-୯୦ ବର୍ଷ ବୟସ କାଟେଗୋରିରେ ଜଣେ ପ୍ରାର୍ଥୀ ଅଛନ୍ତି ।

ସେହିପରି ମୋଟ ୧୭୪ ମୁସଲିମ ପ୍ରାର୍ଥୀ ତୃତୀୟ ପର୍ୟ୍ୟାୟ ମତଦାନରେ ନିଜ ଭାଗ୍ୟ ପରୀକ୍ଷା କରିବେ ।ତୃତୀୟ ପର୍ୟ୍ୟାୟ ମତଦାନରେ ବହୁ ହେଭିୱେଟ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ସେମାନଙ୍କ ମଧ୍ୟରୁ ଗୁଜୁରାଟ ଗାନ୍ଧୀନଗରରୁ ଅମିତ ଶାହ, ଆସାମ ଗୌହାଟିରୁ ବିଜୁଳୀ କଳିତା ମେଧି, ଛତିଶଗଡ଼ କୋରବାରୁ ସରୋଜ ପାଣ୍ଡେ, ବିହାର ମାଧେପୁରାରୁ ଦିନେଶ ଚନ୍ଦ୍ର ଯାଦବ, କର୍ଣ୍ଣାଟକ ହାଭେରିରୁ ବସଭରାଜ ବୋମାଇ, କର୍ଣ୍ଣାଟକ ଧାରବାଦରୁ ପ୍ରହ୍ଲାଦ ଯୋଶୀ, ଛତିଶଗଡ଼ ରାୟପୁରରୁ ବ୍ରିଜମୋହନ ଅଗ୍ରୱାଲ, ଗୁଜୁରାଟ ନବସାରିରୁ ସି.ଆର ପାଟିଲ, କର୍ଣ୍ଣାଟକ ବେଲଗାମରୁ ଜଗଦୀଶ ସେଟ୍ଟାର, ଉତ୍ତର ଗୋଆରୁ ଶ୍ରୀପଦ ୟେଶୋ ନାଏକ, ବିଜୟପୁରାରୁ ରମେଶ ଜିଗାଜିନାଗି, ବେଲାରିରୁ ଶ୍ରୀ ରାମୁଲୁ, ଗୁନାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମଧ୍ୟପ୍ରଦେଶ ବିଦିଶା ଶିବରାଜ ସିଂ ଚୌହାନ, ରାଜଗଡ଼ରୁ ଦିଗବିଜୟ ସିଂ, କର୍ଣ୍ଣାଟକ ଶିବମୋଗାରୁ କେ.ଏସ ଈଶ୍ବରପ୍ପା, ଗୁଲବର୍ଗା ରାଧା କ୍ରୀଷ୍ଣା, ପୋରବନ୍ଦରରୁ ଡ. ମନସୁଖ ମାଣ୍ଡଭ୍ୟ, ବାରାମତିରୁ ସୁପ୍ରିୟା ସୁଲେ ।

Comments are closed, but trackbacks and pingbacks are open.