ଇସ୍ତଫା ଦେଲେ ଏଏପି ନେତା ସୋମନାଥ ଭାରତୀ

117

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ଆମ୍ ଆଦମୀ ପାର୍ଟି ଏବଂ ଇଣ୍ଡିଆ ଆଲାଇନ୍ସ ପ୍ରାର୍ଥୀ ସୋମନାଥ ଭାରତୀ ବିଭିନ୍ନ ସଂଗଠନରେ ବର୍ତ୍ତମାନର ପଦବୀରୁ ଇସ୍ତଫା ଦେଇଛନ୍ତି। ଏଥିରେ ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ) ର ସଦସ୍ୟତା, ଡିଜେବିର ଉପାଧ୍ୟକ୍ଷ ପଦ ଏବଂ ଦିଲ୍ଲୀ ଜେଲର ପରିଦର୍ଶକ ବୋର୍ଡର ଅଣ-ସରକାରୀ ସଦସ୍ୟତା ଅନ୍ତର୍ଭୁକ୍ତ। ଭାରତର ସମ୍ବିଧାନ ଅନୁଯାୟୀ, ଜଣେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ସମୟରେ କୌଣସି ଲାଭଜନକ ପଦବୀରେ କାର୍ଯ୍ୟ କରିପାରିବ ନାହିଁ। ଯଦିଓ ଦେଶର ନିୟମ ଅନୁଯାୟୀ, ଏହି ପଦବୀଗୁଡିକ ଲାଭଜନକ ପଦବୀ ବର୍ଗରେ ଆସେ ନାହିଁ, କିନ୍ତୁ ସୋମନାଥ ଭାରତୀ ଏହି ପଦବୀରୁ ଇସ୍ତଫା ଦେବାକୁ ବାଛିଛନ୍ତି। ନୂଆଦିଲ୍ଲୀ ଲୋକସଭା ଆସନରୁ ଇଣ୍ଡିଆ ଆଲାଏନ୍ସ ପ୍ରାର୍ଥୀ ସୋମନାଥ ଭାରତୀ ତାଙ୍କ ଇସ୍ତଫା ପତ୍ର ଦାଖଲ କରି ଲେଖିଛନ୍ତି ଯେ, ମୁଁ ସୂଚନା ଦେଇ ଖୁସି ଯେ ୨୫ମଇ ୨୦୨୪ ରେ ହେବାକୁ ଥିବା ନିର୍ବାଚନ ପାଇଁ ନୂଆଦିଲ୍ଲୀ ସଂସଦୀୟ ନିର୍ବାଚନମଣ୍ଡଳୀରୁ ମୋର ନାମାଙ୍କନପତ୍ର ଦାଖଲ କରିବି।”

Comments are closed, but trackbacks and pingbacks are open.