ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା କରିପାରିବେ ଗର୍ଭପାତ: ସୁପ୍ରିମକୋର୍ଟ

135

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ବଡ ରାୟ । ଦୁଷ୍କର୍ମର ଶିକାର ହୋଇଥିବା ୧୪ ବର୍ଷିୟ ନାବାଳିକାଙ୍କୁ ୩୦ ସପ୍ତାହର ଭୃଣ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହିତ ବମ୍ବେ ହାଇକୋର୍ଟଙ୍କ ରାୟକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ଡାକ୍ତରଖାନାର ରିପୋର୍ଟ ଆଧାରରେ ଗର୍ଭପାତକୁ ଅନୁମତି ଦେଇଛନ୍ତି। ପ୍ରଧାନ ବିଚାରପତି ନେତୃତ୍ୱାଧୀନ ବେଞ୍ଚ କହିଛନ୍ତି ଯେ, ଏହି ସମୟରେ ଗର୍ଭପାତ କରାଇବାରେ କିଛି ବିପଦ ନାହିଁ । ବେଞ୍ଚ ପୀଡିତାଙ୍କ ଗର୍ଭପାତ ପାଇଁ ଏକ ଡାକ୍ତରୀ ଦଳ ଗଠନ କରିବାକୁ ମୁମ୍ବାଇର ଲୋକମାନ୍ୟ ତିଲକ ହସ୍ପିଟାଲର ଡିନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଜଣେ ଦୁଷ୍କର୍ମ ପୀଡିତା ୧୪ ବର୍ଷିୟ ନାବାଳିକାଙ୍କ ମା ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଝିଅର ଗର୍ଭପାତ କରାଇବାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ତ ହୋଇଥିଲେ । ଏହି ମାମଲାରେ ଶୁଣାଣୀ କରି ସୁପ୍ରିମକୋର୍ଟ ଗର୍ଭପାତ କରାଇବାକୁ ଅନୁମତି ଦେଇଛନ୍ତି । ଏଥିସହ ବମ୍ବେ ହାଇକୋର୍ଟଙ୍କ ରାୟକୁ ଖାରଜ କରିଛନ୍ତି ।

Comments are closed, but trackbacks and pingbacks are open.