ଆସୁଛି ଆଉ ୨ ଟି ଲଘୁଚାପ

31

ରାଜ୍ୟ ରେ ନିଅଣ୍ଟିଆ ବର୍ଷା ଯୋଗୁଁ ମରୁଡି ପରିସ୍ଥିତି ଦେଖାଦେଇଛି I ଅଗଷ୍ଟ ମାସରେ ରାଜ୍ୟରେ ବର୍ଷାର ପରିମାଣ ପୂର୍ବ ବର୍ଷ ପରିମାଣ ରେ କମ ରହିଛି ଇ ଲଗାତାର ଲଘୁଚାପ ବର୍ଷ ହେବାଯୋଗୁଁ କିଛି ମାତ୍ର ରେ ଆଶ୍ବସ୍ତି ମିଳିଛି I ଏହାରି ମଧ୍ୟରେ ଆଉ ୨ଟି ଲଘୁଚାପ ର ଆକଳନ କରିଛି ପାଣିପାଗ ବିଭାଗ I
ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆଜିଠୁ ଉତ୍ତର ବଙ୍ଗୋପସାଗର ଓ କେନ୍ଦ୍ରୀୟ ସଂଲଗ୍ନ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଯାହା ଆସନ୍ତା ୫ ତାରିଖରେ ଲଘୁଚାପର ରୂପ ନେଇ ୬ ତାରିଖରେ ଓଡିଶା ଉପକୂଳ ଅତିକ୍ରମ କରିବ ।
ଫଳରେ ଦୁଇଦିନ ଧରି ରାଜ୍ୟବ୍ୟାପୀ ବର୍ଷା ହେବାର ସମ୍ଭାବନା ରହିଛି । ପରେ ସେପ୍ଟେମ୍ବର ୧୧ ତାରିଖରେ ମଧ୍ୟ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ହେବା ର ଅନୁମାନ କରାଯାଉଛି । ପରେ ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ସେପ୍ଟେମ୍ବର ୩ ୟ ସପ୍ତାହ ଆଡକୁ ମୌସୁମୀ ସକ୍ରିୟ କାରଣରୁ ଭଲ ବର୍ଷା ହେବ, ଯାହା ଅଗଷ୍ଟ ମାସର ନିଅଣ୍ଟିଆ ବର୍ଷାର ଭରଣା ହେବ ବୋଲି ଆଶା ରହିଛି ।

Leave A Reply

Your email address will not be published.