ଦୁବାଇ: ୟୁଏଇରେ ନିକଟରେ ପ୍ରବଳ ବର୍ଷା ହେବାରେ ଲାଗିଛି । ଦୁବାଇ ସହର ଯେଉଁ ଭଳି ଭାବେ ପାଣିରେ ଉବୁଟୁବୁ ହେଉଛି ତାହା ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା । ତେବେ ଏହି ପ୍ରବଳ ବର୍ଷା ପାଇଁ ପାଣିପାଗ ବିଶେଷଜ୍ଞ କ୍ଲାଉଡ ସିଡିଂକୁ ଦାୟୀ କରିଛନ୍ତି । ଯଦି ଏବେଠାରୁ ସମସ୍ତେ ସତର୍କ ନ ରହିବେ ତେବେ ଆଗାମୀ ଦିନରେ ଏହା ମୌସୁମୀ ଯୁଦ୍ଧ ସମସ୍ତଙ୍କୁ ଅସୁବିଧାରେ ପକାଇବ । ଏହାକୁ ଅସ୍ତ୍ର ଭାବେ ଶତ୍ରୁ ଦେଶ ବ୍ୟବହାର କରିପାରନ୍ତି । ଦୁବାଇ ଯେତେ ପରିମାଣର ବର୍ଷା ଏବେ ହେଇଛି ତାହା ସେଠାକାର ବର୍ଷକର ବର୍ଷା ସହ ସମାନ । କ୍ଲାଉଡ ସିଡିଂ ପ୍ରକ୍ରିୟା ୧୯୪୦ରୁ ଆରମ୍ଭ ହୋଇଛି । ଏଥିରେ ସ୍ୱତନ୍ତ୍ର ବିମାନ ଯୋଗେ ବର୍ଷା ପାଇଁ ବାଦଲ ଉପରେ ଏକପ୍ରକାର ଲୁଣ ପକାଇଥାନ୍ତି । ଯଦି ଏହା ନିୟନ୍ତ୍ରଣ ବାହାରକୁ ଚାଲିଯାଏ ତେବେ ଦୁବାଇ ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

Comments are closed, but trackbacks and pingbacks are open.