୬ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ପାଇଁ ଓଡ଼ିଶାକୁ ୧୫୩୯ କୋଟି ଟଙ୍କା କେନ୍ଦ୍ରୀୟ ଅନୁମୋଦନ

31

ରାୟପୁର-ବିଶାଖାପାଟଣା ଅର୍ଥନୀତି କରିଡର୍ ଅଧିନରେ କେନ୍ଦ୍ର ସରକାର ଜାତୀୟ ରାଜପଥ-୧୩୦ର ୬ ଲେନ୍ ବିଶିଷ୍ଟ କାଲିଆଗୁଡ଼ା-ବାଉଁଶଗୁଆର ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବକୁ ଗୃହୀତ କରିଛନ୍ତି। ଏହି ରାସ୍ତା ନିର୍ମାଣ ପାଇଁ ୧୫୩୯ କୋଟି ଟଙ୍କା ଖର୍ଚ୍ଚ ହେବ। ଭାରତମାଳା ପରିଯୋଜନା ଯୋଜନା ଅନ୍ତର୍ଗତ କେନ୍ଦ୍ର ସରକାର ୨୪୦ କିଲୋମିଟର ଲମ୍ବା ଗ୍ରୀନଫିଲ୍ଡ ପ୍ରୋଜେକ୍ଟକୁ ଅନୁମୋଦନ ଦେଇଥିବା କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ସୂଚନା ଦେଇଛନ୍ତି।

ଏହି ରାସ୍ତା ରାୟଗଡ଼ା, ଉମରକୋଟ, ଝରିଗାଁ, ଡାବୁଗାଁ, ପାପଡାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା, ବୋରିଗୁମା, ଦସମନ୍ତପୁର, କୋରାପୁଟ, ସିମିଳିଗୁଡ଼ା ଓ କୋରାପୁଟ ଜିଲ୍ଲାର ପୋଟାଙ୍ଗିକୁ ସଂଯୋଗ କରିବ।
ଏ ନେଇ ଜାତୀୟ ରାଜପଥ ଅଫିସିଆଲ୍ କହିଛନ୍ତି, ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚଛି। ଏଥିପାଇଁ ଉଭୟ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ପ୍ରଶାସଦ ପୂର୍ଣ୍ଣ ସମର୍ଥନ ମଧ୍ୟ ଯୋଗାଇଛନ୍ତି। ଯେହେତୁ ଆଦିବାସୀ-ପ୍ରାଧାନ୍ୟ ଅଞ୍ଚଳରେ ଆର୍ଥିକ ବିକାଶମୂଳକ କାମ ପାଇଁ ଏହି ପ୍ରୋଜେକ୍ଟ ବେଶ୍ ସହାୟକ ହେବ, ତେଣୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ଏହି ପ୍ରକଳ୍ପକୁ ପ୍ରାଧାନ୍ୟ ଦେଉଛନ୍ତି ବୋଲି ଏନଏଚ୍ ଅଧିକାରୀ କହିଛନ୍ତି।
ଏହି ଅଭିଯାନ ପାଇଁ ଆବଶ୍ୟକ ହେଉଥିବା ପାଖାପାଖି ୧୫୦୦ ହେକ୍ଟର ଜଙ୍ଗଲ ଜମିକୁ ଅଧିଗ୍ରହଣ କରାଯାଇପାରେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜଙ୍ଗଲ ଡାଇଭରସନ ପ୍ରକ୍ରିୟା ଆରମ୍ଭ କରିଦିଆଯାଇଛି। କୋରାପୁଟ ଜିଲ୍ଲାରେ ଏକ ରେଲୱେ ଓଜରବ୍ରିଜ୍ ନିର୍ମାଣ କରାଯିବ। ଏଥିପାଇଁ ଏନଏସ୍ କର୍ତ୍ତୃପକ୍ଷ ରେଲୱେ ଅଧିକାରୀଙ୍କ ସହ ଔପଚାରିକତା ଆରମ୍ଭ କରିଦେଇଛନ୍ତି।
ଅଧିକାରୀଙ୍କ ସୂତ୍ରରେ କୁହାଯାଇଛି, ନବରଙ୍ଗପୁର ଜିଲ୍ଲାରେ ୧୨୦ କିଲୋମିଟର ସମ୍ପ୍ରସାରଣ ପାଇଁ ପ୍ରକ୍ରିୟା ପୂରଣ ହୋଇସାରିଛି। ପ୍ରକଳ୍ପ ପାଇଁ କମ୍ପାନୀଗୁଡ଼ିକୁ କାମ ହସ୍ତାନ୍ତର କରାଯାଇଛି। ଏନଏଚ୍ କର୍ତ୍ତୃପକ୍ଷ କହିଛନ୍ତି ଯେ କିଛି ମାସ ଭିତରେ ନବରଙ୍ଗପୁରରେ କାମ ଆରମ୍ଭ ହୋଇଯିବ।

Leave A Reply

Your email address will not be published.