ନିର୍ବାଚନ ପୂର୍ବରୁ ଭାଇରାଲ ହେଲା ମୁଖ୍ୟମନ୍ତ୍ରୀଙ୍କ ଏମିତି ଭିଡିଓ

39

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ । ଲୋକଙ୍କୁ ସିଧାସଳଖ କଲ୍ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ନବୀନ । ଯାହା ସାଧାରଣ ଲୋକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ।

ଫୋନ୍ କଲରେ ଲୋକ ମାନଙ୍କ ଠାରୁ ସେମାନଙ୍କ ଅଞ୍ଚଳରେ କେଉଁ କାମ ସବୁ କେତେ ବାଟ ଗଲାଣି ତାହା ପଚାରି ବୁଝୁଛନ୍ତି ନବୀନ । ଯେଉଁଥିରେ ସ୍କୁଲ ରୂପାନ୍ତରଣ, ମନ୍ଦିର ଉନ୍ନତିକରଣ ଏବଂ ଅନ୍ୟାନ୍ୟ କାମ ରହିଛି । ତେହେ କେମିତି ଚାଲିଛି ଓ କାମ ସରିଲାଣି କି ନାହିଁ ଏସବୁ କଥା ପଚାରି ବୁଝିଛନ୍ତି । ପ୍ରତି ଉତ୍ତରରେ ଲୋକମାନେ ମଧ୍ୟ କାମ ଭଲ ହୋଇଥିବା ଏବଂ ଶେଷ ହୋଇଥିବା ଜଣାଇଛନ୍ତି ।

ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଏହାପରେ ବିଜେଡିର ନେତାମାନେ ଭିଡିଓଟିକୁ ନିଜ ନିଜ ସୋସିଆଲ ମିଡିଆରେ ସେୟାର କରିଥିବା ଦେଖିବାକୁ ମିଳିଛି ।

ପ୍ରାୟ ବର୍ଷକ ପୂର୍ବରୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ପାଣ୍ଠି ଘୋଷଣା କରିବା ସହ ସ୍ଥାନୀୟ କାମ ପାଇଁ ମଧ୍ୟ ଟଙ୍କା ଆବଣ୍ଟନ କରିଛନ୍ତି । ଯେଉଁ କାର୍ଯ୍ୟର ଅଗ୍ରଗତି ଏବେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରୁଛନ୍ତି ।

Comments are closed, but trackbacks and pingbacks are open.