୯୦୦ ଟପିଲା ରୋଷେଇ ଗ୍ୟାସର ସିଲିଣ୍ଡର ଦର

0 119

ଗତ ୨ମାସ ଭିତରେ ୩ ଥର ରୋଷେଇ ଗ୍ୟାସ ସିଲିଣ୍ଡର ବୃଦ୍ଧି ପାଇଛି , କେନ୍ଦ୍ର ସରକାର ଙ୍କ ଶାସନ କାଳ ରେ ବିଗତ ୭ ବର୍ଷରେ ମଧ୍ୟ ରେ ଦୁଇ ଗୁଣରୁ ଅଧିକ ବଢିଛି ଗ୍ୟାସ ଦର ଇ କରୋନା ମାଡ ପରେ ଏହି ଦର ବୃଦ୍ଧି ବଝ ଉପରେ ନଳିତା ବିଦା ସଦୃଶ I
ଏହି କରୋନା କାଳ ରେ ସାରା ଦେଶରେ ୧୪.୨ କେଜି ଏଲପିଜି ଘରୋଇ ଗ୍ୟାସ ସିଲିଣ୍ଡର ଦର ୨୫ ଟଙ୍କା ବୃଦ୍ଧି ପାଇଛି । ଦୁଇ ମାସ ମଧ୍ୟରେ ତିନି ଥର ବଢିଲା ଦର । ପୂର୍ବରୁ ଅଗଷ୍ଟ ୧୮ ତାରିଖରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ୨୫ ବୃଦ୍ଧି ପାଇଥିଲା । ଦେଖିବାକୁ ଗଲେ ୧୫ ଦିନ ମଧ୍ୟରେ ୫୦ ଟଙ୍କା ବୃଦ୍ଧି ପାଇଛି ଘରୋଇ ଗ୍ୟାସ୍ ସିଲିଣ୍ଡର ଦର । ଏହା ପୂର୍ବରୁ ଜୁଲାଇ ମାସରେ ଗ୍ୟାସ ସିଲିଣ୍ଡର ଦର ୨୫ ଟଙ୍କା ବୃଦ୍ଧି ପାଇଥିଲା । ବର୍ଦ୍ଧିିତ ଦର ଅନୁସାରେ ଦିଲ୍ଲୀରେ ଏବେ ଗ୍ୟାସ ସିଲିଣ୍ଡର ପିଛା ୮୮୪ ଟଙ୍କା ହୋଇବେଳେ କୋଲକାତାରେ ସିଲିଣ୍ଡର ପିଛା ଗ୍ୟାସ୍ ଦର ୯୧୧ ହୋଇଛି ।ସେହିପରି ମୁମ୍ବାଇରେ ଗ୍ୟାସ୍ ସିଲିଣ୍ଡର ପିଛା ୮୮୪ ଟଙ୍କା ୫୦ ପଇସା ରହିଥିବା ବେଳେ ଚେନ୍ନାଇରେ ୯୦୦ ଟଙ୍କା ୫୦ ପଇସା ରହିଛି । ୨୦୧୪ ମାର୍ଚ୍ଚ ୧ ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୪୧୦ ଟଙ୍କାରେ ମିଳୁଥିଲା ଯାହା ଏବେ ୯୦୦ ଟଙ୍କାରୁ ଅଧିକ ରହିଛି । ଏହା ମଧ୍ୟରେ ବ୍ୟବସାୟୀକ ଦର ମଧ୍ୟ ୭୫ ଟଙ୍କା ବୃଦ୍ଧି ପାଇଛି । ୧୯ କେଜିର ବ୍ୟବସାୟୀକ ଗ୍ୟାସ ସିଲିଣ୍ଡର ଦର ଏବେ ଦିଲ୍ଲୀରେ ୧୬୯୩ ଟଙ୍କା ରହିଥିବା ବେଳେ କୋଲକତାରେ ୧୭୭୦ ଟଙ୍କା ୫୦ ପଇସା ରହିଛି । ଏହା ଗତ ୧୫ ଦିନ ରେ ଦୁଇ ଥର ବଢିଥିବା ବେଳେ ୨ ମାସ ମଧ୍ୟ ରେ ତିନି ଥର ବଢିଛି I

Leave A Reply

Your email address will not be published.