ପ୍ରଥମଥର ଏକାଠି ଶପଥ ନେଲେ ୯ ସୁପ୍ରିମକୋର୍ଟ ର ନୂଆ ବିଚାରପତି

34

ଭାରତ ରେ ପ୍ରଥମ ଥର ପାଇଁ ଏକା ସଙ୍ଗେ ଶପଥ ନେଲେ ସୁପ୍ରିମକୋର୍ଟର ୯ ନୂଆ ବିଚାରପତି। ତାଙ୍କୁ ସିଜେଇ ଏନ୍‌ଭି ରମନ୍ନା ଶପଥ ପାଠ କରାଇଛନ୍ତି। କରୋନା ପ୍ରଟୋକଲକୁ ଧ୍ୟାନରେ ରଖି ସୁପ୍ରିମକୋର୍ଟର ଅତିରିକ୍ତ ସଭାଗାରରେ ଇତିସହାରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ବିଚାରପତିଙ୍କୁ ନେଇ ଶପଥ ସମାରୋହ ଆୟୋଜନ କରାଯାଇଥିଲା। ୯ ନୂଆ ବିଚାରପତିଙ୍କ ମଧ୍ୟରେ ୩ ଜଣ ମହିଳା ବିଚାରପତି ମଧ୍ୟ ଶପଥ ନେଇଛନ୍ତି। ଗତ ୧୭ ଅଗଷ୍ଟରେ ଏହି ୯ ଜଣଙ୍କୁ ବିଚାରପତି ଭାବେ ପଦୋନ୍ନତି ଦେବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ନେତୃତ୍ୱରେ ଗଠିତ କଲେଜିୟମ ସୁପାରିସ କରିଥିଲେ। ପରେ ୨୬ ଅଗଷ୍ଟରେ ଏହି ୯ ଜଣ ବିଚାରପତିଙ୍କ ନାଁ ଉପରେ କେନ୍ଦ୍ର ସରକାର ମୋହର ମାରିଥିଲେ।
ସୂଚନା ଥାଉକି, ନୂତନ ଜଜଙ୍କ ଶପଥ ପାଠ ପ୍ରଧାନ ବିଚାରପତିଙ୍କ କୋର୍ଟ ରୁମରେ କରାଯାଏ। କିନ୍ତୁ କରୋନା କଟକଣାକୁ ଦୃଷ୍ଟିରେ ରଖି ଚଳିତ ଥର ଶପଥଗ୍ରହଣ ସ୍ଥାନକୁ ପରିବର୍ତ୍ତନ କରାଯାଇଛି।
ଶପଥ ନେଇଥିବାର ୯ ବିଚାରପତି ହେଉଛନ୍ତି, ଅଭୟ ଶ୍ରୀନିବାସ ଓକା, ବିକ୍ରମ ନାଥ, ଜିତେନ୍ଦ୍ର କୁମାର ମାହେଶ୍ଵରୀ, ହିମା କୋହଲି, ବିଭି ନାଗରତ୍ନା, ସିଟି ରବିକୁମାର, ଏମଏମ ସୁନ୍ଦରେଶ, ବେଲା ଏମ ତ୍ରିବେଦୀ ଓ ପିଏସ ନରସିମ୍‌ହା।
ନଅ ଜଜଙ୍କ ଶପଥ ପରେ ସର୍ବୋଚ୍ଚ ନ୍ୟାୟାଳୟରେ ସିଜେଆଇ ରମନ୍ନାଙ୍କ ସମେତ ଜଜଙ୍କ ସଂଖ୍ୟା ୩୩ କୁ ବୃଦ୍ଧି ପାଇଛି । ନିୟମ ଅନୁଯାୟୀ, ସୁପ୍ରିମକୋର୍ଟରେ ସର୍ବାଧିକ ୩୪ ଜଣ ବିଚାରପତି ନିଯୁକ୍ତ ହୋଇପାରିବେ। ଏବେ ଏହି ୯ ଜଣ ବିଚାରପତିଙ୍କ ପଦୋନ୍ନତି ପରେ ସୁପ୍ରିମକୋର୍ଟରେ କେବଳ ଗୋଟିଏ ପଦ ଖାଲି ରହିଛି।

Leave A Reply

Your email address will not be published.