‘ଇଣ୍ଡିଆନ୍‌ ଆଇଡଲ୍‌-୧୪’ର ବିଜୟ ମୁକୁଟ ପିନ୍ଧିଲେ କାନପୁରର ବୈଭବ ଗୁପ୍ତା

247

ମୁମ୍ବଇ: ଲୋକପ୍ରିୟ ଟିଭି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌-୧୪’ର ବିଜେତା ଘୋଷଣା ହୋଇଯାଇଛି। ରବିବାର ରାତିରେ ଶୋ’ର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇଯାଇଛି। ଏଥିରେ କାନପୁରର ବୈଭବ ଗୁପ୍ତା ବିଜୟ ମୁକୁଟ ପିନ୍ଧିଛନ୍ତି।

ବୈଭବଙ୍କୁ ‘ଇଣ୍ଡିଆନ୍‌ ଆଇଡଲ୍‌-୧୪’ର ଆକର୍ଷଣୀୟ ଟ୍ରଫି ମିଳିଛି। ଏଥିସହ ୨୫ ଲକ୍ଷ ଟଙ୍କାର ଚେକ୍‌ ଏବଂ ‘ହଟ୍‌ ଆଣ୍ଡ ଟେକି’ ବ୍ରିଜା କାର୍‌ ପୁରସ୍କାର ସ୍ବରୂପ ପ୍ରଦାନ କରାଯାଇଛି।ଶୋ’ରେ ଶୁଭଦୀପ ଦାସ ଏବଂ ପୀୟୁଷ ପନ୍‌ୱାର ପ୍ରଥମ ଓ ଦ୍ୱିତୀୟ ରନର୍ସଅପ୍ ହୋଇଛନ୍ତି। ସେମାନଙ୍କୁ ଟ୍ରଫି ସହ ୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ସେହିପରି ଅନନ୍ୟା ପାଲ୍‌ ଏହି ଶୋ’ର ତୃତୀୟ ରନର୍ସଅପ୍ ହୋଇଛନ୍ତି। ତାଙ୍କ ଟ୍ରଫି ସହ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ଶୋ’ରେ ଶୁଭଦୀପ ଦାସ ଏବଂ ପୀୟୁଷ ପନ୍‌ୱାର ପ୍ରଥମ ଓ ଦ୍ୱିତୀୟ ରନର୍ସଅପ୍ ହୋଇଛନ୍ତି। ସେମାନଙ୍କୁ ଟ୍ରଫି ସହ ୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ସେହିପରି ଅନନ୍ୟା ପାଲ୍‌ ଏହି ଶୋ’ର ତୃତୀୟ ରନର୍ସଅପ୍ ହୋଇଛନ୍ତି। ତାଙ୍କ ଟ୍ରଫି ସହ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି।

Comments are closed, but trackbacks and pingbacks are open.