କିଟ୍‍ ଡ଼େଣ୍ଟାଲ କଲେଜକୁ ଜାତୀୟ ପୁରସ୍କାର

1,017

ଭୁବନେଶ୍ୱର,୨ ।୩: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଡେଣ୍ଟାଲ୍‍ ସାଇନସେସ୍‍ (କିଡ୍‍ସ)କୁ ସମାଜସେବା ଓ ମାନବିକତା ଉତ୍କର୍ଷତା ପାଇଁ ଇଣ୍ଟରନ୍ୟାସନାଲ୍‍ କଲେଜ ଅଫ୍‍ ଡ଼େଣ୍ଟିଷ୍ଟ (ଆଇଏସ୍‍ଡ଼ି) ପକ୍ଷରୁ ସମ୍ମାନଜନକ ଡା. କେଦାର ଏନ୍‍. ରସ୍ତୋଗୀ ପୁରସ୍କାର ପ୍ରଦାନ କରାଯାଇଛି । ଜନସାଧାରଣଙ୍କ ମଧ୍ୟରେ  ମୁଖ ଗହ୍ୱର ସ୍ୱାସ୍ଥ୍ୟ ଉପରେ ସଚେତନତା, ଗ୍ରାମାଞ୍ଚଳ ଏବଂ ଗରିବ ଲୋକଙ୍କୁ ଦନ୍ତ ଚିକିତ୍ସା ଯୋଗାଇଦେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହା ହେଉଛି ଦେଶରେ ସର୍ବୋଚ୍ଚ ସାମାଜିକ ସମ୍ମାନ । ଗତ ଫେବୃଆରୀ ୨୪ ତାରିଖରେ ନୂଆଦିଲ୍ଲୀସ୍ଥିତ ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟଠାରେ ଇଣ୍ଟରନ୍ୟାସନାଲ୍‍ କଲେଜ ଅଫ୍‍ ଡ଼େଣ୍ଟିଷ୍ଟର ଜାତୀୟ କାର୍ଯ୍ୟକ୍ରମରେ କିଟ୍‍ ଡ଼େଣ୍ଟାଲ୍‍ କଲେଜକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ଦନ୍ତ ଗହ୍ୱର ସ୍ୱାସ୍ଥ୍ୟ ନେଇ ସଚେତନତାକୁ ପ୍ରୋତ୍ସାହନ ଏବଂ ସମସ୍ତଙ୍କୁ ଦନ୍ତ ଚିକିତ୍ସା ଯୋଗାଇଦେବା କ୍ଷେତ୍ରରେ ବ୍ୟକ୍ତି ବିଶେଷ କିମ୍ବା ଅନୁଷ୍ଠାନର ଉତ୍ସର୍ଗୀକୃତ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରିଥାଏ । କିଡ୍‍ସ ଜନସାଧାରଣଙ୍କ ମଧ୍ୟରେ ମୁଖ ଗହ୍ୱର ସ୍ୱାସ୍ଥ୍ୟ ନେଇ ସଚେତନତା ସୃଷ୍ଟି କରିବା ଏବଂ ଗରିବ ଲୋକଙ୍କୁ ଦନ୍ତ ଚିକିତ୍ସା ଯୋଗାଇ ଦେବା କ୍ଷେତ୍ରରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଛି । ମାଗଣା ଡ଼େଣ୍ଟାଲ କ୍ୟାମ୍ପ ଆୟୋଜନ କରିବା, ଦନ୍ତ ଚିକିତ୍ସା କ୍ଷେତ୍ରରେ ଗରିବ ଲୋକଙ୍କୁ ସହଯୋଗ କରିବା ଏବଂ ସ୍ୱାସ୍ଥ୍ୟକର ମୁଖ ଗହ୍ୱର ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ କିଡ୍‍ସର ପ୍ରଶାସନିକ ନିର୍ଦ୍ଦେଶକ ଡ଼ା. ଯୁଗଜ୍ୟୋତି ପାଠୀଙ୍କ ନିରବଚ୍ଛିନ୍ନ ଓ ଉତ୍ସର୍ଗୀକୃତ ପ୍ରୟାସ ପାଇଁ କିଡ୍‍ସକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ଏହି ସଫଳତା ପାଇଁ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡା. ପାଠୀଙ୍କୁ ଶୁଭେଚ୍ଛା ଜଣାଇବା ସହ କିଟ୍‍ ଡ଼େଣ୍ଟାଲ୍‍ କଲେଜ ଅଧ୍ୟକ୍ଷ ଡା. ଅଶ୍ୱିନୀ କୁମାର କର, ଉପାଧ୍ୟକ୍ଷ ଡା.ଏନ୍‍. ସି. ସଙ୍ଗାମେଶ ପ୍ରମୁଖଙ୍କୁ ଧନ୍ୟବାଦ ଜଣାଇଛନ୍ତି 

Comments are closed, but trackbacks and pingbacks are open.