ଚିଠି କରି ଡାକିଲେ, ସଭାମଞ୍ଚକୁ ନ ଡାକି ତଳେ ବସାଇଲେ : ସାଂସଦ ପ୍ରତାପ ଷଢଙ୍ଗି

41

ରାଜ୍ୟରେ ବଢୁଛି ଅଫିସରଙ୍କ ବହପ, ଜନପ୍ରତିନିଧିଙ୍କୁ କରୁଛନ୍ତି ଅପମାନିତ । ସରକାରୀ କାର୍ଯ୍ୟକ୍ରମରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଅପମାନ । ଚିଠି କରି ଡାକିଲେ ସଭାମଞ୍ଚକୁ ନ ଡାକି ତଳେ ବସାଇ ଅପମାନିତ କଲେ । ସରକାରୀ ବିଦ୍ଧି ବ୍ୟବସ୍ଥାକୁ ଭୁଲିଗଲା ପ୍ରଶାସନ ।

ବାଲେଶ୍ବର ପଦ୍ମାବତୀ ପାର୍କରେ ଏକ କାର୍ଯ୍ୟକ୍ରମରେ ମଞ୍ଚରେ ବସିଲେ ଜିଲ୍ଲାପାଳ ଓ ବିଜେଡି ବିଧାୟକ । ଆଉ ସାଂସଦ ବସିଲେ ମଞ୍ଚ ତଳେ ।  ଯାହାକୁ ପ୍ରତିବାଦ କରି ସାଂସଦ ପ୍ରତାପ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାପାଳଙ୍କ ନାଁରେ ଆଣିଛନ୍ତି ଅଭିଯୋଗ ।  

ବିଜେଡି ନେତା, ମନ୍ତ୍ରୀ ସଭା ମଞ୍ଚରେ ବସିଲେ ହେଲେ ବିଜେପି ନେତା ବୋଲି ଅପମାନିତ କଲେ ବୋଲି ସେ କହିଛନ୍ତି । ଏହା କେବଳ ମୋତେ ନୁହଁ ୨୦ ଲକ୍ଷ ଲୋକଙ୍କ ପ୍ରତିନିଧିଙ୍କୁ ଅପମାନିତ କରାଯାଇଛି ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ । ସେପଟେ ଏହାର ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ ଘେରିଛି ବିଜେପି । ଶହ ଶହ ବିଜେପି କର୍ମୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରିଛନ୍ତି। 

Comments are closed, but trackbacks and pingbacks are open.