ବାଲେଶ୍ୱରରେ କାହାକୁ ବାଛିବା ବିଜେପି

41

ଆସନ୍ତା ନିର୍ବାଚନ ଲାଗି ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ଲୋକସଭା ଆସନ ବାଲେଶ୍ୱରରେ ଏବେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି । ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି ,ବିଜେପି ଓ କଂଗ୍ରେସ ରଣନୀତି ମଇଦାନକୁ ଓହ୍ଲାଇଛନ୍ତି । ଏହି ଆସନ ଉପରେ ରହିଛି ସମସ୍ତଙ୍କ ନଜର । ଏହି ଆସନରେ ଗତ ୩ଟି ନିର୍ବାଚନ ରେ ଅଞ୍ଚଳ ବାସୀ ରାଜ୍ୟର ୩ଟି ଦଳକୁ ଦେଇଛନ୍ତି ସୁଯୋଗ । ୨୦୦୯ରେ କଂଗ୍ରେସର ଶ୍ରୀକାନ୍ତ କୁମାର ଯେନା ହୋଇଥିଲ ସାଂସଦ ।

୨୦୧୪ରେ ବିଜେଡ଼ର ରବିନ୍ଦ୍ର କୁମାର ଜେନା ଏବଂ ଗତ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ଓଡ଼ିଶା ରାଜନୀତିରେ ବେଶ ଚର୍ଚ୍ଚିତ ଚେହେରା ପ୍ରତାପ ଷଡ଼ଙ୍ଗୀ ଲୋକସଭା ହୋଇଥିଲେ ନିର୍ବାଚିତ । ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ ପ୍ରତାପଙ୍କୁ କେନ୍ଦ୍ର କ୍ୟାବିନେଟ୍‌ରେ ସ୍ଥାନ ମଧ୍ୟ ଦେଇଥିଲେ । ପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ଅପସାରଣ କରିଥିଲେ ପ୍ରଧାନମନ୍ତ୍ରୀ । କିନ୍ତୁ ବତର୍ତ୍ତମାନ ଆସନ୍ତା ନିର୍ବାଚନରେ ରହିଛି ତାଙ୍କ ଉପରେ ବିଶେଷ ନଜର । ୨୪ରେ ଏହି ଆସନରୁ ଦଳ ତାଙ୍କୁ ପୁଣି ପ୍ରାର୍ଥୀ କରିବ ନା ଆଉ କାହାକୁ ପ୍ରାର୍ଥୀ କରିବ ତାହା ଏପର୍ଯ୍ୟନ୍ତ ହୋଇନାହିଁ ସ୍ପଷ୍ଟ ।

ଅନ୍ୟପଟେ ଏହି ଆସନରେ ବିଜେପିରୁ ହାଟ୍ରିକ ମାରିଥିବା ପୂର୍ବତ ସାଂସଦ ଖାରବେଳ ସ୍ୱାଇଁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଏମିତିକି କିଛି ଦିନ ପୂର୍ବରୁ ଖୋଲା ଖୋଲି ଭାବେ ପୂର୍ବତନ ସାଂସଦ ଖାରବେଳ କହିଥିଲେ ମୁଁ କେବେ ବିଧାନସଭା ନିର୍ବାଚନ ଲଢ଼ିନି । ଆଉ ଏଥର ମଧ୍ୟ ସାସଂଦ ପାଇଁ ହିଁ ନିର୍ବାଚନ ଲଢ଼ିବି । ଆଉ ଏଥର ଆଉ କନ୍ଧମାଳରୁ ନିର୍ବାଚନ ନଲଢ଼ି ବାଲେଶ୍ୱରରୁ ଲଢ଼ିବି । ଆଉ ବର୍ତ୍ତମାନର ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ବିଧାନସଭା ନିର୍ବାଚନ ଲଢ଼ିବେ । ଆଉ ଏକଥା ମୁଁ କେନ୍ଦ୍ର ଓ ରାଜ୍ୟ ନେତୃତ୍ୱକୁ ପ୍ରସ୍ତାବ ଦେଇଛି ବୋଲି କହିଥିଲେ ଖାରବେଳ । ତେବେ ଦେଖିବାକୁ ବାକି ରହିଲା ଦଳ ଏଠାରେ ବର୍ତ୍ତମାନର ସାଂସଦ ପ୍ରତାପ ଷଢ଼ଙ୍ଗୀ, ନା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ, ନା ଆଉ କାହା ଉପରେ ଦଳ କରିବ ଭରସା ।

Comments are closed, but trackbacks and pingbacks are open.