UAN ନମ୍ବର ଭୁଲି ଯାଇଛନ୍ତି କି ? ଏପରି ଜାଣନ୍ତୁ ନିଜ PF ବାଲାନ୍ସ

47

EPFO: ପ୍ରତ୍ୟେକ ଚାକିରି କରିଥିବା ବ୍ୟକ୍ତିଙ୍କ ଦରମାର କିଛି ଅଂଶ ପ୍ରୋଭିଡେଣ୍ଟ ପାଣ୍ଠିରେ ଜମା ହୋଇଥାଏ । ଯାହା କର୍ମଚାରୀ ଅବସର ପରେ ଏକ ମୋଟା ଅଙ୍କର ଟଙ୍କା ପାଇଥାନ୍ତି ଯାହା ଲୋକଙ୍କ ଜୀବନର ଜମା ହୋଇଥିବା ପୁଞ୍ଜି ହୋଇଯାଏ । ପ୍ରତ୍ୟେକ ଇପିଏଫ୍ ମେମ୍ବରଙ୍କୁ ଏକ 12 ଅଙ୍କ ବିଶିଷ୍ଟ ID ଦିଆଯାଏ, ଯାହା ମାଧ୍ୟମରେ ସେ ତାଙ୍କର EPF ବାଲାନ୍ସ ଏବଂ PF ଆକାଉଣ୍ଟ୍ ପରିଚାଳନା କରିବା ସହ ବାଲାନ୍ସ ଚେକ୍ ମଧ୍ୟ କରିପାରିବେ ।

ବାରମ୍ବାର ଚାକିରି ବଦଳାଇବା ପରେ ମଧ୍ୟ ଏହି 12 ଅଙ୍କ ବିଶିଷ୍ଟ ସଂଖ୍ୟା କେବେ ପରିବର୍ତ୍ତନ ହୁଏ ନାହିଁ । ଏପରି ସ୍ଥିତିରେ, ଆପଣଙ୍କ ପାଖରେ ଏହି ଡିଜିଟ୍ ରହିବା ଅତ୍ୟନ୍ତ ଜରୁରୀ । ଅନେକ ଥର ଲୋକେ ସେମାନଙ୍କର UAN ନମ୍ବରକୁ ଭୁଲିଯାଆନ୍ତି । ଯଦି ଆପଣ ମଧ୍ୟ ନିଜ ୟୁଏନ୍ ନମ୍ବର ଭୁଲି ଯାଇଛନ୍ତି ତେବେ କରିବାର ଆବଶ୍ୟକ ନାହିଁ । ଅତି ସହଜରେ ଆପଣ ନିଜ UAN ନମ୍ବର ପାଇପାରିବେ ।

UAN ନମ୍ବରର ବ୍ୟବହାର କ’ଣ? ଅନଲାଇନ୍ PF ଟ୍ରାନ୍ସଫର କରିବା ପାଇଁ UAN ନମ୍ବରର ଆବଶ୍ୟକ ପଡିଥାଏ । ବାଲାନ୍ସ ଚେକ୍ କରିବାକୁ UAN ନମ୍ବର ଦରକାର ପଡିଥାଏ ଟଙ୍କା ଉଠାଇବା ପାଇଁ ମଧ୍ୟ UAN ନମ୍ବର ଦରକାର ପଡିଥାଏ । ଆପଣ ନିଜ EPFO ​​ପୋର୍ଟାଲରେ UAN ନମ୍ବର ଯାଞ୍ଚ କରିପାରିବେ 1. EPFO ​​ପୋର୍ଟାଲ ଓପନ୍ କରି ସହଜରେ ନିଜ UAN ପାଇପାରିବେ । 2. ଏଥିପାଇଁ ଆପଣ https://unifiedportal-mem.epfindia.gov.in/memberinterface/ ଉପରେ କ୍ଲିକ୍ କରନ୍ତୁ । 3. ଏହା ପରେ ଆପଣଙ୍କୁ ଏଥିରେ ଥିବା Our Services ଉପରେ କ୍ଲିକ୍ କରିବା ପାଇଁ ପଡିବ । 4. ଏହା ପରେ For Employees ଉପରେ କ୍ଲିକ୍ କରନ୍ତୁ 5. ଏହା ପରେ ମେମ୍ବର ୟୁଏନ୍ / Online Services ଉପରେ କ୍ଲିକ୍ କରନ୍ତୁ 6. ବର୍ତ୍ତମାୱ UAN ପୋର୍ଟାଲରେ କ୍ଲିକ୍ କରନ୍ତୁ 7. ଏଠାରେ ମୋବାଇଲ୍ ନମ୍ବର ଏବଂ PF ID ଦିଅନ୍ତୁ 8. ଏହା ପରେ ଆପଣ Get Authorization Pin ର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ 9. ଏହା ପରେ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏକ OTP ଆସିବ, ଯାହାକୁ ଆପଣ ଏଠାରେ ଦେବା ପାଇଁ ପଡିବ । 10. ପରେ Validate OTP ଉପରେ କ୍ଲିକ୍ କରନ୍ତୁ । 11. ଏବେ ଆପଣ ନିଜ UAN ନମ୍ବର ପାଇପାରିବେ ।

Comments are closed, but trackbacks and pingbacks are open.