ଓଡିଶାରେ କଂଗ୍ରେସର ଅସ୍ତିତ୍ୱ ନାହିଁ- ଲେଖାଶ୍ରୀ

543

ଭୁବନେଶ୍ୱର: ଓଡ଼ିଶାରେ କଂଗ୍ରେସର କୌଣସି ଅସ୍ତିତ୍ୱ ନାହିଁ । କଂଗ୍ରେସ ଓଡ଼ିଶାରେ ଦୀର୍ଘ ଦିନ ଧରି ବିଜେଡିର B ଟିମ୍ ଭାବରେ କାମ କରୁଛି । ବୋଧେ ଖଡଗେ ଜୀଙ୍କୁ ଓଡ଼ିଶାର କଂଗ୍ରେସର ବାସ୍ତବତା ଜଣାନାହିଁ । ତାଙ୍କୁ ଓଡ଼ିଶାର କଂଗ୍ରେସ ନେତା ଜଣେଇ ନାହାନ୍ତି ଯେ LOP ଥିବା ସମୟରେ ତାଙ୍କ ଦଳର ନେତା ବିଜେଡିରେ ମିଶିଥିଲେ । 

ଖଡଗେ ଜୀ କିଭଳି କହୁଛନ୍ତି ମୋଦି ସରକାର ଓଡ଼ିଶାର ବିକାଶ କରିନାହାନ୍ତି । କଂଗ୍ରେସ ଏତେ ବର୍ଷ ଶାସନ କଲା ପରେ ବି ଓଡ଼ିଶାକୁ ମାତ୍ର ସାଢେ 3 ଲକ୍ଷ କୋଟି ଟଙ୍କା ଅନୁଦାନ ଦେଇଥିଲା । ତେବେ ମୋଦି ସରକାର ମାତ୍ର 10 ବର୍ଷ ଭିତରେ 18 ଲକ୍ଷ 83 ହଜାର କୋଟି ଟଙ୍କା ଓଡ଼ିଶାକୁ ଅନୁଦାନ ଦେଇଛନ୍ତି । ଯାହାକୁ ନେଇ ସବୁ କ୍ଷେତ୍ରରେ ଓଡ଼ିଶା ଲାଭବାନ ହୋଇଛି । ଖଡଗେ ଜୀ ତାଙ୍କ ପରିବାରବାଦ ଅର୍ଥାତ ଗାନ୍ଧୀ ପରିବାରର କଟପୁତ୍ତଲି ନହୋଇ ଦେଖିବା ଜରୁରୀ ବୋଲି କହିଛନ୍ତି ଲେଖାଶ୍ରୀ । 

ପୂର୍ବରୁ ମୋଦିଙ୍କୁ ସୁର୍ଯ୍ୟ ଆଉ ଖଡଗେଙ୍କୁ ଜୁଳୁଜୁଳିଆ ପୋକ ସହ ତୁଳନା କରିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । କଂଗ୍ରେସର ଡବଲ ଷ୍ଟାଣ୍ଡଡ ଯୋଗୁଁ ତଳକୁ ଖସି ଖସି ଯାଉଛି । ଖଡଗେ, ରାହୁଲ ଆସିଲେ କିଛି ପ୍ରଭାବ ନାହିଁ । ଫ୍ୟୁଜ ହୋଇଥିବା ବଲ ଜଳିବନି । ମୋଦି ଖଡ଼ଗେ ସମାନ ନୁହଁନ୍ତି । ସୂର୍ଯ୍ୟ ଉଦୟ ହେଲେ ଯେତେ ଅନ୍ଧାର ହୁଏ ଆଉ ଜୁଳୁଜୁଲିଆ ପୋକରେ ଅନ୍ଧାର ଦୂର ହୁଏନି । କଂଗ୍ରେସର ପ୍ରଭାବ କମିଛି । ନିର୍ବାଚନ ମଣ୍ଡଳୀରେ ମାତ୍ର ୩ରୁ ୪ ହଜାର ଭୋଟ ବଞ୍ଚିଛି । ପାରିବାରବାଦୀ, ଏକଛତ୍ରବାଦ ପାର୍ଟି ଗୋଟେ ପଟେ ଆଉ ମୋଦି ଆଉ ଗୋଟେ ପଟେ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ ।

Comments are closed, but trackbacks and pingbacks are open.