କାବୁଲ ଏୟାରପୋର୍ଟ ନିକଟରେ ରକେଟ ମାଡ଼

31

ଆଫଗାନିସ୍ତାନର କାବୁଲ ଏୟାରପୋର୍ଟ ନିକଟରେ ଥିବା ଏକ ଘର ଉପରେ ରକେଟ ମାଡ଼ ହୋଇ ଥିବାବେଳେ ବର୍ତ୍ତମାନ ସୁଦ୍ଧା ମୃତାହତଙ୍କର କୌଣସି ସୂଚନା ମିଳିନାହିଁ I ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ, ଆମେରିକୀୟଙ୍କୁ ଟାର୍ଗେଟ୍‌ କରି ରକେଟ୍‌ ମାଡ କରିଛି ଆତଙ୍କବାଦି ସଂଗଠନ I ବିମାନବନ୍ଦରରେ ବିସ୍ଫୋରଣ ନେଇ ପୂର୍ବରୁ ଆମେରିକାର ପେଣ୍ଟାଗନ୍‌ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା । ସୂଚନାର ୨୪ ଘଣ୍ଟା ନପୁରୁଣୁ କାବୁଲ ବିମାନବନ୍ଦରରେ ପୁଣି ବଡ ଧରଣର ଆତଙ୍କୀ ହମଲା ହୋଇଛି Iଏହା ରକେଟ ଦ୍ୱାରା କରାଯାଇଛି ବୋଲି କୁହାଯାଉଛି। ଆକଳନ କରାଯାଉଛି ଯେ ଆତଙ୍କବାଦୀମାନେ ରକେଟ ଦ୍ୱାରା ବିମାନବନ୍ଦରକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥାଇପାରନ୍ତି। କିନ୍ତୁ ସେମାନଙ୍କ ଟାର୍ଗେଟ ମିସ୍ କରିବାରୁ ବିମାନ ବନ୍ଦର ପୂର୍ବରୁ ଥିବା ଜନବସତି ଅଞ୍ଚଳ ଉପରେ ରକେଟଟି ମାଡ଼ ହୋଇଛି।ବିମାନ ବନ୍ଦର ନିକଟରେ ଥିବା ଗୁଲାଇ ଅଞ୍ଚଳରେ ଥିବା ଏକ ଘର ଉପରେ ଏହି ରକେଟ୍ ମାଡ଼ ହୋଇଛି।। ଏହି ବିସ୍ଫୋରଣରେ ୩ ଜଣ ଆହତ ହେବା ସହିତ , ଜଣେ ଶିଶୁ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି ।

ଏହା ପୂର୍ବରୁ ଗତ ଗୁରୁବାର ଦିନ ମଧ୍ୟ କାବୁଲ ଏୟାରପୋର୍ଟ ଦୁଇ ଦୁଇଥର ବିସ୍ଫୋରଣ ହୋଇଥିଲା । ପ୍ରଥମ ବିସ୍ଫୋରଣ ଭୟଙ୍କର ଥିଲା । ଯେଉଁଥିରେ ୧୬୯ ଜଣ ଆଫଗାନିସ୍ତାନ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆମେରିକା ସୈନ୍ୟଙ୍କର ମୃତ୍ୟୁ ଘଟିଥିଲା I ରବିବାର ଦିନ ପ୍ରଥମେ ଆମେରିକା ସୈନ୍ୟଙ୍କ ଉପରକୁ ଗୁଳି କରିଥିଲା ଆତଙ୍କୀ ସଂଗଠନ ଆଇଏସ.ଆଇଏସ.କେ । ଆକ୍ରମଣ ହେବା ନେଇ ପୂର୍ବରୁ ସତର୍କ କରାଇଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ୩୬ ଘଣ୍ଟା ମଧ୍ୟରେ ବିସ୍ଫୋରଣ ହେବା ନେଇ ପେଣ୍ଟ।ଗନ ସୂଚନା ଦେଇଥିଲା । କିନ୍ତୁ ୨୪ ଘଣ୍ଟା ମଧ୍ୟରେ ହୋଇଛି ଆକ୍ରମଣ । କାବୁଲ ବିମାନବନ୍ଦର ନିକଟରେ ବିସ୍ଫୋରଣ ପରେ ସେଠାରେ ଏବେ ସ୍ଥିତି ଭୟାବହ ରହିଛି । ଲୋକମାନେ ଏଣେତେଣେ ଦୈାଡୁଥିବା ଦେଖିବାକୁ ମିଳିଛି ।  ଅଗଷ୍ଟ ୩୧ ସୁଦ୍ଧା ଆମେରିକା ସୁରକ୍ଷା ବାହିନୀ ଆଫଗାନିସ୍ତାନ ଛାଡ଼ିବ। ଏହା ପୂର୍ବରୁ ବିମାନ ବନ୍ଦର ପାଖରେ ଅନେକ ଆମେରିକା ଲୋକ ବିମାନକୁ ଅପେକ୍ଷା କରି ରହିଥିବା ସୂଚନା ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି, କିନ୍ତୁ ପୂର୍ବ ଆକ୍ରମଣ ଆଇଏସଆଇଏସକେ କରିଥିଲା ବୋଲି କହିଥିଲା I

Leave A Reply

Your email address will not be published.