ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

272

ସମ୍ବଲପୁର: ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଏହାର ଲୋକାର୍ପଣ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବି ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମାଆ ସମଲେଶ୍ବରୀଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ବ୍ୟାଟେରି ଗାଡ଼ିରେ ବସି ସମ୍ପୂର୍ଣ୍ଣ ସମଲେଶ୍ୱରୀ ପ୍ରକଳ୍ପ ବୁଲି ଦେଖିଛନ୍ତି।

ଏହାସହ ପରିକ୍ରମା ପ୍ରକଳ୍ପ ମାର୍ଗ ମଧ୍ୟ ପ୍ରଦକ୍ଷିଣ କରିଛନ୍ତି। ପୁନରୁଦ୍ଧାର ପୋଖରୀ ଅଞ୍ଚଳ ବୁଲି ଦେଖିବା ସହ ମିଶନ ଶକ୍ତି କାଫେରେ ଏସଏଚଜି ମାଆ ମାନଙ୍କ ସହ କଥା ହୋଇଛନ୍ତି।

Comments are closed, but trackbacks and pingbacks are open.