ପଞ୍ଜଶିରରେ ଇଣ୍ଟରନେଟ୍ ସେବା କୁ ବନ୍ଦ କଲା ତାଲିବାନ

31

ତାଲିବାନ ପାଇଁ ପଞ୍ଜଶିର କୁ ଅକ୍ତିଆର କରିବା ସବୁଠାରୁ ବଡ଼ ମୁଣ୍ଡବିନ୍ଧା ର କାରଣ ହେଇଗଲାଣି I ବର୍ତ୍ତମାନ ଆଫଗାନିସ୍ତାନର ପଞ୍ଜଶିରରେ ଇଣ୍ଟରନେଟ୍ ସେବା କୁ ବନ୍ଦ କରି ଦେଇଛନ୍ତି ତାଲିବାନୀମାନେ I କୌଣସି ପ୍ରକାର କଳେ ବେଳେ ପଞ୍ଜଶିର କୁ ଅକ୍ତିଆର କରିବା କୁ ପଡିବ I ଆଫଗାନିସ୍ତାନର ପୂର୍ବତନ ଉପ ରାଷ୍ଟ୍ରପତି ଅମରୁଲ୍ଲା ସଲେହ ବର୍ତ୍ତମାନ ଏହି ପଞ୍ଜଶିରରେ ରହୁଛନ୍ତି। ସେ ବିଭିନ୍ନ ସମୟରେ ଟ୍ୱିଟ୍ କରି ପଞ୍ଜଶିରର ବାର୍ତ୍ତା ବାହାରକୁ ଦେଇଥାନ୍ତି । ତେଣୁ ଏବେ ଅମରୁଲ୍ଲାଙ୍କୁ ରୋକିବା ପାଇଁ ତାଲିବାନୀ ଇଣ୍ଟରନେଟ୍ ସେବା କୁ ବନ୍ଦ କରିଦେଇଛନ୍ତି ବୋଲି ସୂଚନା ଦେଇଛନ୍ତି I
ଗତ ଅଗଷ୍ଟ ୧୫ ରେ ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲ କୁ ଦଖଲ କଲାପରେ ବର୍ତ୍ତମାନ ପ୍ରାୟ ଆଫଗାନିସ୍ତାନର ସମସ୍ତ ପ୍ରାନ୍ତକୁ ତାଲିବାନୀ କବଜା କରିଛନ୍ତି କିନ୍ତୁ ଏହି ପଞ୍ଜଶିରକୁ ତାଲିବାନୀ କବଜା କରିପାରି ନାହାନ୍ତି। ଆଗାମୀ ଦିନରେ ତାଲିବାନୀ ଙ୍କ ପାଇଁ ପଞ୍ଜଶିର କବଜା ବଡ଼ ଚ୍ୟାଲେଞ୍ଜ ହୋଇଛି । ତାଲିବାନୀ ମାନେ ଆଫଗାନିସ୍ତାନର ପୂର୍ବତନ ଉପ ରାଷ୍ଟ୍ରପତିଙ୍କୁ ଆତ୍ମସମର୍ପଣ କରି ଭେଟିବାକୁ କହିଥିଲେ। ହେଲେ ସେ ଆତ୍ମସମର୍ପଣ କରିନଥିଲେ।
ନିକଟରେ ତାଲିବାନୀ ମାନେ ପଞ୍ଜଶିରକୁ ନିଜ ନିୟନ୍ତ୍ରଣକୁ ନେବାକୁ ଅଣ୍ଟା ଭିଡିଥିବା କହିଥିଲେ। ସେମାନେ ପଞ୍ଜଶିରରେ ପ୍ରବେଶ କରିସାରିଛନ୍ତି ବୋଲି ମଧ୍ୟ କହିଥିଲେ। ତେଣୁ ଏବେ ତାଲିବାନୀ ସେଠାକାର ଇଣ୍ଟରନେଟ ସେବା କୁ ବନ୍ଦ କରି ପଞ୍ଜଶିରକୁ ଘେରିଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଅମରୁଲ୍ଲା ସଲେହ କହିଥିଲେ ପଞ୍ଚଶିରରେ ପ୍ରବେଶ କରୁଥିବା ବେଳେ ୩୦୦ରୁ ଅଧିକ ତାଲିବାନୀ ନିହତ ହୋଇଛନ୍ତି।
ପଞ୍ଜଶିରରର ଅହମ୍ମଦ ଶାହା ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ ଏବଂ ଆଫଗାନିସ୍ତାନର ପୂର୍ବତନ ଉପ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ତାଲିବାନକୁ କଡ଼ା ଜବାବ ଦେବେ ବୋଲି ଘୋଷଣା କରିସାରିଛନ୍ତି। ଅହମ୍ମଦ ମାସୁଦଙ୍କ ବାପା ଅହମ୍ମଦ ଶାହା ମାସୁଦ ମଧ୍ୟ ତାଲିବାନ ସହିତ ଲଢ଼େଇ କରୁଥିଲେ। ଆଫଗାନିସ୍ତାନରୁ ସୋଭିଏତ ୟୁନିଅନକୁ ତଡ଼ିପାର କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ହେଲେ ୨୦୦୧ରେ ତାଲିବାନ ଏବଂ ଆତଙ୍କବାଦୀ ସଂଗଠନ ଅଲ କାଏଦା ଦ୍ୱାରା ଅହମ୍ମଦ ଶାହା ମାସୁଦଙ୍କୁ ହତ୍ୟା କରାଯାଇଥିଲା। ଏହାପରେ ପଞ୍ଜଶିରର ନେତୃତ୍ଵ ନେଉଛନ୍ତି ଅହମ୍ମଦ ମାସୁଦ।

Leave A Reply

Your email address will not be published.