ମୟୂରଭଞ୍ଜ ଗସ୍ତ ରେ ହାଇକୋର୍ଟର ମୁଖ୍ୟ ବିଚାରପତି

0 120

ଆଜି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡ଼ଃ ଏସ. ମୁରଲୀଧର ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଛନ୍ତି । ତାଙ୍କ ସହିତ ହାଇକୋର୍ଟର ଅନ୍ୟ ଜଣେ ବିଚାରପତି ଜଷ୍ଟିସ୍ ବି. ପି. ରାଉତରାୟ ମଧ୍ୟ ଗସ୍ତ କରିଛନ୍ତି। ବାରିପଦାର ସିଭିଲ୍ କୋର୍ଟ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବିଚାର ବିଭାଗର ବିଭିନ୍ନ କାର୍ଯ୍ୟର ଆଲୋଚନା ମୂଳକ ସମୀକ୍ଷା କରିଛନ୍ତି। ଏହି ଅବସରରେ ଜିଲ୍ଲା ଦୌରା ଜଜ୍ ପ୍ରଦୀପ କୁମାର ପଟ୍ଟନାୟକ ସହିତ ଅନ୍ୟାନ୍ୟ ବିଚାରପତି ଓ ସମ୍ପୃକ୍ତ ବିଚାର ବିଭାଗର ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସମାପ୍ତ ପରେ ପ୍ରତ୍ୟାବର୍ତ୍ତନ ବାଲେଶ୍ୱର ଓ ଭଦ୍ରକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.