ଭାରତୀୟ ରେଳ ରେ ଯୋଡ଼ାଯିବ ସ୍ୱତନ୍ତ୍ର ଏସି କୋଚ :’ଏସି-୩ ଟିୟର୍ ଇକୋନୋମୀ’

27

ସେପ୍ଟେମ୍ବର ୬ ତାରିଖରୁ ଭାରତୀୟ ରେଳ ରେ ଯୋଡ଼ାଯିବ ସ୍ୱତନ୍ତ୍ର ଏସି କୋଚ,ଯାହାର ନାମ ରଖାଯାଇଛି ଏସି-୩ ଟିୟର୍ ଇକୋନୋମୀ । ଏହି କୋଚ୍ ସେପ୍ଟେମ୍ବର ୬ ତାରିଖରୁ ଚାଲିବ । ପ୍ରଥମେ ଏହି କୋଚ୍ କୁ ପ୍ରୟାଗରାଜ-ଜୟପୁର ଏକ୍ସପ୍ରେସ୍ ରେ ଲଗାଯିବ । ତେବେ ଏହି ନୂତନ କୋଚ୍ ରେ ରେଳ ବିଭାଗ ପକ୍ଷରୁ ପାସେଞ୍ଜର୍ ମାନଙ୍କୁ ଏସି-୩ ପ୍ରିମିୟମ୍ ଭଳି ସୁବିଧା ଦେବା ପାଇଁ ପ୍ରୟାସ କରିବ । ଭାରତୀୟ ରେଳ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଟ୍ୱିଟ୍ କରି ନୂତନ ଏସି -୩ ଇକୋନୋମୀ କୋଚ୍ ବିଷୟରେ ସୂଚନା ଦେଇଛି। ରେଳ ମନ୍ତ୍ରଣାଳୟର ଟୁଇଟ୍ ଅନୁଯାୟୀ ଯାତ୍ରୀମାନଙ୍କ ସୁବିଧା ଅନୁଯାୟୀ ଏହି କୋଚଗୁଡ଼ିକୁ ଡିଜାଇନ୍ କରାଯାଇଛି। ସାଧାରଣ ଏସି -୩ କୋଚ୍ ତୁଳନାରେ ଯାତ୍ରୀମାନଙ୍କୁ ଏଥିପାଇଁ କମ୍ ଭଡା ଦେବାକୁ ପଡିବ । ଏଥି ସହିତ, ଏହି କୋଚଗୁଡିକରେ ୮୩ ରୁ ଅଧିକ ସିଟ୍ ରହିବ। ଏହି ଏସି -୩ ଇକୋନୋମି କୋଚ୍ ଗୁଡିକ ୬ ସେପ୍ଟେମ୍ବରରୁ ଟ୍ରେନ୍ ନମ୍ବର ୦୨୪୦୩ ପ୍ରୟାଗରାଜ-ଜୟପୁର ଏକ୍ସପ୍ରେସରେ ଫିଟ୍ ହେବ । ରେଳ ମନ୍ତ୍ରଣାଳୟ ଏହି କୋଚ ଗୁଡ଼ିକର ଫଟୋ ବି ସେୟାର କରିଛନ୍ତି । ଏହା ସହିତ ଏଥିରେ ଥିବା ଯାତ୍ରୀମାନଙ୍କୁ ମଧ୍ୟ ଅନେକ ସୁବିଧା ଯୋଗାଇ ଦିଆଯାଉଛି । କୋଚ୍ ର ଡିଜାଇନ୍ ଖୁବ୍ ସୁନ୍ଦର ହୋଇଛି । ସିଟ୍ ଗୁଡ଼ିକର ରଙ୍ଗ ସଂପୂର୍ଣ୍ଣ ଅଲଗା ରଖାଯାଇଛି । ଏଥିରେ ଥିବା ଟଏଲେଟ୍ ରେ ବି ଯାତ୍ରୀ ମାନଙ୍କୁ ଆରାମଦାୟକ ସୁବିଧା ଦିଆଯିବ

Leave A Reply

Your email address will not be published.