ଇଣ୍ଡିଆ ମେଣ୍ଟର ସଂଯୋଜକ ହେବାକୁ ମନା କଲେ ନୀତୀଶ କୁମାର

210

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟର ଭର୍ଚ୍ଚୁଆଲ ବୈଠକ ଶେଷ ହୋଇଛି। ବିରୋଧୀ ମେଣ୍ଟ ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ମିଳିତ ମଞ୍ଚର ସଭାପତି ଭାବେ ନିଯୁକ୍ତ କରାଯାଇଛି। ଉକ୍ତ ବୈଠକରେ ବିହାର ସିଏମ ଏବଂ ଜେଡିୟୁ ନେତା ନୀତୀଶ କୁମାର ସଂଯୋଜକ ପଦକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରଥମେ ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟର ସଂଯୋଜକ ହେବାକୁ କୁହାଯାଉଥିଲା। କିନ୍ତୁ ସେ ଏଥିରେ ରାଜି ହୋଇନଥିଲେ। ଯାହା ପରେ ଇଣ୍ଡିଆ ମେଣ୍ଟର ଅଧ୍ୟକ୍ଷ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମେଣ୍ଟରେ ଏହାକୁ ନେଇ ସହମତି ପ୍ରକାଶ ପାଇଛି।

ଲୋକସଭା ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ନେତା ସୀତାରାମ ୟେଚୁରୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ୍ ପ୍ରମୁଖ ଭାରତୀୟ ମେଣ୍ଟର ଦଳଗୁଡ଼ିକର ଭର୍ଚୁଆଲ୍ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ମିଳିତ ମେଣ୍ଟର ଅଧ୍ୟକ୍ଷ ପଦକୁ ନେଇ ଆଲୋଚନା ହୋଇଥିଲା।

ସେ କହିଥିଲେ, ମୋର କୌଣସି ପଦବୀ ପାଇଁ ଆଗ୍ରହ ନୁହେଁ। ସଂଯୋଜକ କେବଳ କଂଗ୍ରେସରୁ ହେବା ଉଚିତ୍। ନୀତୀଶଙ୍କ ମନା କରିବା ପରେ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନାଁକୁ ପ୍ରସ୍ତାବ ଦିଆଯାଇଛି। ସେ ଇଣ୍ଡିଆ ମେଣ୍ଟର ମଙ୍ଗ ଧରିବେ ବୋଲି କୁହାଯାଉଛି। ଏଥିପାଇଁ ସମସ୍ତଙ୍କ ବିରୋଧୀ ଦଳର ନେତାଙ୍କ ସହମତି ଥିବା ମଧ୍ୟ ସୂଚନା ମିଳିଛି। ହେଲେ ଏନେଇ କୌଣସି ଅଧିକାରୀକ ଭାବେ ଘୋଷଣା ହୋଇ ନଥିଲେ ବି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା ସୂତ୍ର ସୂଚନା ମିଳିଛି।

Comments are closed, but trackbacks and pingbacks are open.