ପାର୍ବଣ ଋତୁ ରେ ସଂକ୍ରମଣ ବଢିବା ଆଶଙ୍କା :ନୂଆ ମାର୍ଗଦର୍ଶିକା ଆଣିପାରନ୍ତି ସରକାର

0 105

କରୋନାର୨ୟ ଲହର ର ଶଙ୍କ ମନରୁ ନ ଯାଉଣୁ ବର୍ତ୍ତମାନ ପୁଣି କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଦ ଥାପି ସାରିଲାଣି ।ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ କୁ ଆସି ନାହିଁ, ଏହି ସମୟ ରେ ଆଗକୁ ଆସୁଛି ପାର୍ବଣ ଋତୁ, ଜନସମାଗମ ବଢିବାର ସମ୍ଭାବନା ଅଛି ତେଣୁ ଆଗକୁ ସ୍ଥିତି ବିଗିଡ଼ି ଯାଇପାରେ । ତେଣୁ ଏହାକୁ ନଜରରେ ରଖି ରାଜ୍ୟ ସରକାର ପାର୍ବଣ ଋତୁ ପାଇଁ ନୂଆ ଗାଇଡଲାଇନ ଆଣିବାକୁ ଯାଉଛନ୍ତି । ଠିକ୍ ସମୟରେ ଏହି ଗାଇଡ଼ଲାଇନ ଜାରି ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ।ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ପକ୍ଷରୁ ପାର୍ବଣରେ କଟକଣା ଜାରି ରଖିବା ଲାଗି ରାଜ୍ୟମାନଙ୍କୁ କୁହାଯାଇଛି ରାଜ୍ୟ ସରକାର ଏହା ଉପେର ନଜର ରଖିଛନ୍ତି । ସର୍ଭେଲାନ୍ସ ଓ କଂଟ୍ରାକ୍ଟ ଟ୍ରେସିଂ ଜାରି ରହିଛି । ଦ୍ୱିତୀୟ ଲହରରେ ରାଜ୍ୟ ସଂକ୍ରମଣ ୧୦ ହଜାର ପାର କରିଥିଲା । ହେଲେ ଏବେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି ,କିନ୍ତୁ କରୋନା ର ତୃତୀୟ ଲହର ନିଜର କାୟା ବିସ୍ତାର କରିବା ଆରମ୍ଭ କଲାଣି I ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଶିଶୁ ଓ କିଶୋର ମାନଙ୍କ ସଂକ୍ରମଣ ବଢୁଛି I ଏହା ସେପ୍ଟେମ୍ବର ଓ ଅକ୍ଟୋବର ମାସ ବେଳକୁ ଶିଖର ଛୁଇଁ ପାରେ ବୋଲି ଆକଳନ କରାଯାଇଛି । ୩୧ ଅଗଷ୍ଟରେ ଗାଇଡଲାଇନ ସରୁଥିବାରୁ ନୂଆ ମାର୍ଗଦଶିକାରେ ପରିବର୍ତ୍ତନ କରିପାରନ୍ତି ରାଜ୍ୟ ସରକାର ।କୌଣସି କାମ ନ ଥିଲେ ବାହାର କୁ ଆଦୌ ନ ବାହାରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷ ରୁ ଜଣ ସଚେତନ କରାଯାଉଛି ଇ

Leave A Reply

Your email address will not be published.