ଭାରତୀୟ ନୌସେନା ଯୁଦ୍ଧ ବିମାନର ଫାଟିଲା ଟାୟାର

362

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଏକ ଯୁଦ୍ଧ ବିମାନର ଟାୟାର ଫାଟିଯାଇଛି । ଗୋଆର ଡାବ୍ରୋଲିମ ବିମାନ ବନ୍ଦରରେ ଏହା ଉଡାନ ଭରିବା ପୂର୍ବରୁ ଟ୍ୟାକ୍ସିୱେରେ ମିଗ-୨୯ର ଚକ ଫାଟି ଯାଇଥିଲା । ଏଥିରେ କେହି ଆହତ ହୋଇ ନାହାନ୍ତି । ଏୟାରପୋର୍ଟ ଅଧିକାରୀ ସଙ୍ଗେ ସଙ୍ଗେ ଫସି ରହିଥିବା ବିମାନ ଯୋଗୁ ରନୱେକୁ ୪ ଘଂଟାରୁ ଊର୍ଦ୍ଧ୍ୱ ସମୟ ବନ୍ଦ ରଖିଥିଲେ ।

ଏହା ଦ୍ୱାରା ଅନ୍ୟ ଉଡାନ ମଧ୍ୟ ପ୍ରଭାବିତ ହୋଇଥିଲା । କେତେକ ବିମାନର ରୁଟକୁ ମନୋହର ବିମାନବନ୍ଦରକୁ ଡାଇଭର୍ଟ କରାଯାଇଥିଲା । ନୌସେନାର ପ୍ରବକ୍ତାଙ୍କ କହିବା ଅନୁସାରେ ବିମାନଟି ନିୟମିତ ଉଡାନ ପାଇଁ ରନୱେରେ ରହିଥିଲା ।

ଟାୟାର ଫାଟିବା ପରେ ଦମକଳ ଗାଡି ଆସି ଏହି ସିଙ୍ଗଲ ପାଇଲଟ ବିମାନକୁ ଟ୍ୟାକ୍ସିୱେରୁ ଦୂରକୁ ନେଇ ଯାଇଥିଲେ । ସୂଚନାଯୋଗ୍ୟ, ଏହି ବିମାନବନ୍ଦର ନୌସେନାର ବେସ ଆଇଏନଏସ ହଂସାର ଅଂଶବିଶେଷ । କଣ ପାଇଁ ଏ ଭଳି ଘଟଣା ଘଟିଲା ତାର ତଦନ୍ତ ଚାଲିଛି ।

Comments are closed, but trackbacks and pingbacks are open.