ଦେଶରେ ରାଜଦ୍ରୋହ ଆଇନର ଅପବ୍ୟବାହର ହେଉଛି:ସୁପ୍ରିମକୋର୍ଟ

29

‘ରାଜଦ୍ରୋହ’ ଆଇନର ଓ ଏହା ଦେଶ ରେ ଏକ ଖରାପ ପରମ୍ପରା ସୃଷ୍ଟି କରୁଛି i ଏହାକୁ ନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କହିଛନ୍ତି। କ୍ଷମତା ପରିବର୍ତ୍ତନ ପରେ ଏଭଳି ‘ରାଜଦ୍ରୋହ’ ମାମଲା ଅଧିକାଂଶ ରୁଜୁ କରାଯାଉଛି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏନ୍.ଭି ରମନ୍ନା ଗୁରୁବାର କହିଛନ୍ତି। ରାଜଦ୍ରୋହ ମାମଲାରେ ସୁପ୍ରିମକୋର୍ଟ ଛତିଶଗଡ଼ ସରକାର ଉପରେ ବର୍ଷିଛନ୍ତି।
କୋର୍ଟ ଏକ ମାମଲାର ଶୁଣାଣି କରିବାକୁ ଯାଇ ଛତିଶଗଡ଼ର ପୂର୍ବତନ ଆଇପିଏସ ଗୁରଜିନ୍ଦେର ପଲ ସିଂହଙ୍କୁ ଗିରଫଦାରୀରୁ ସୁରକ୍ଷା ଦେଇଛନ୍ତି। ରାଜ୍ୟ ପୁଲିସ ଏହି ପୂର୍ବତନ ଆଇପିଏସଙ୍କ ବିରୋଧରେ ରୁଜୁ କରିଥିବା ମାମଲା ଅନୁଯାୟୀ ଗିରଫ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ହେଲେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ଗୁରଜିନ୍ଦେର ପଲ ସିଂହଙ୍କୁ କହିଛନ୍ତି ସୁପ୍ରିମକୋର୍ଟ।
କହିରଖୁଛୁ ପୂର୍ବତନ ଆଇପିଏସ ଗୁରଜିନ୍ଦେର ପଲ ସିଂହଙ୍କ ବିରୋଧରେ ଛତିଶଗଡ଼ ପୁଲିସ ଆୟ ବହିର୍ଭତ ସମ୍ପତ୍ତି ଠୁଳ ମାମଲାରେ ରାଜଦ୍ରୋହ ସହିତ ଦୁଇଟି ଅପରାଧିକ ମାମଲା ରୁଜୁ କରିଛି।
ଶୁଣାଣି ବେଳେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି, ଦେଶରେ ରାଜଦ୍ରୋହକୁ ନେଇ ଯେଉଁଭଳି ଟ୍ରେଣ୍ଡ ଚାଲିଛି ତାହା ଚିନ୍ତାଜନକ। ପୁଲିସ ବିଭାଗ ଏହି ଅବସ୍ଥା ପାଇଁ ମଧ୍ୟ ଦାୟୀ। ଯେତେବେଳେ ରାଜ୍ୟରେ କ୍ଷମତା ବଦଳୁଛି ସେତେବେଳେ ପୁଲିସମାନେ ମଧ୍ୟ ଶାସକ ଦଳ ଆଡକୁ ଢ଼ଳୁଥିବା କୋର୍ଟ କହିଛନ୍ତି। ଏହା ପରେ ଯେତେବେଳେ ଅନ୍ୟ ଦଳ କ୍ଷମତାକୁ ଆସୁଛି ସେତେବେଳେ ସରକାର ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରୁଛି। ଏପରି ପ୍ରକ୍ରିୟା ବନ୍ଦ ହେବାର ଆବଶ୍ୟକ ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Leave A Reply

Your email address will not be published.