ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଉପେନ୍ଦ୍ର ଭଞ୍ଜ ସମ୍ମାନ ଘୋଷଣା

23

ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ କବିସମ୍ରାଟ ‘ଉପେନ୍ଦ୍ର ଭଞ୍ଜ ସମ୍ମାନ’ ଘୋଷଣା କରାଯାଇଛି । ୨୦୧୯ ଓ ୨୦୨୦ ବର୍ଷ ପାଇଁ ଏହି ସର୍ବୋଚ୍ଚ ସମ୍ମାନ ଶୁକ୍ରବାର ଦିନ ଘୋଷଣା କରିଛି ଓଡ଼ିଶା ସଂଗୀତ ନାଟକ ଏକାଡେମୀ। ଏଥିସହିତ ‘ଏକାଡେମୀ ପୁରସ୍କାର’ ମଧ୍ୟ ଘୋଷଣା କରାଯାଇଛି । ୨୦୧୯ ବର୍ଷ ପାଇଁ ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ ହେବେ ଅନନ୍ତ ମହାପାତ୍ର। ସେହିପରି ୨୦୨୦ ବର୍ଷ ପାଇଁ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ କୁମକୁମ୍ ମହାନ୍ତିଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ କରାଯିବ। ନୃତ୍ୟ, ସଙ୍ଗୀତ ଓ ନାଟ୍ୟକଳା କ୍ଷେତ୍ରରେ ବିଶେଷ ଅବଦାନ ଥିବା କଳା ସାଧକମାନଙ୍କର ଆଜୀବନ ସାଧନ ପାଇଁ ଏକାଡେମୀର ସର୍ବୋଚ୍ଚ ସମ୍ମାନ ପ୍ରତିବର୍ଷ ପ୍ରଦାନ କରାଯାଉଛି।
ସେହିପରି ୨୦୧୯ ବର୍ଷ ପାଇଁ ୧୭ ଜଣଙ୍କୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ । ୨୦୨୦ ବର୍ଷ ପାଇଁ ମଧ୍ୟ ୧୭ ଜଣଙ୍କୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ। ସୋମବାର ଦିନ ଅପରାହ୍ନ ୪ଟା ୩୦ ମିନିଟରେ ରବିନ୍ଦ୍ର ମଣ୍ଡପରେ ବିଶିଷ୍ଟ ଶିଳ୍ପୀଙ୍କୁ ପୁରସ୍କୃତ କରାଯିବ । ଏ ନେଇ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ସୂଚନା ଦେଇଛନ୍ତି।

Leave A Reply

Your email address will not be published.