ସରପଞ୍ଚରୁ ମୁଖ୍ୟମନ୍ତ୍ରୀ, ଏମିତି ଥିଲା ବିଷ୍ଣୁଦେବ ସାଏଙ୍କ ରାଜନୈତିକ ଯାତ୍ରା

243

ଛତିଶଗଡ଼ ଗାଦି ସମ୍ଭାଳିବେ ବିଷ୍ଣୁଦେବ ସାଏ। ସେ ହେବେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ। ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ବିଧାନସଭା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବିଷ୍ଣୁଦେବ ସାଏଙ୍କ ନାମ ଅନୁମୋଦନ କରାଯାଇଥିଲା। ତେବେ ବିଷ୍ଣ୍ଣୁଙ୍କ ରାଜନୈତିକ ଯାତ୍ରା ରୋଚକ ରହିଥିଲା । ବିଷ୍ଣୁଦେବ ସାଏ କୁଙ୍କୁରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଅଛନ୍ତି। ସାଇ କଂଗ୍ରେସ ପ୍ରାର୍ଥୀ ୟୁଡି ମିଞ୍ଜକୁ ୨୫,୪୪୧ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ତାଙ୍କୁ ଆଦିବାସୀ ସମାଜର ଜଣେ ବଡ ନେତା ଭାବେ ବିବେଚନା କରାଯାଏ। ୪ ଥର ସାଂସଦ, ୨ ଥର ବିଧାୟକ, ୨ ଥର କେନ୍ଦ୍ର ମନ୍ତ୍ରୀ ଏବଂ ରାଜ୍ୟ ସଭାପତି ହୋଇଛନ୍ତି। ଏହା ସହିତ ସଂଗଠନରେ କାର୍ଯ୍ୟ କରିବାର ଦୀର୍ଘ ଅଭିଜ୍ଞତା ତାଙ୍କର ରହିଛି। ୨୦୨୩ରେ ସେ ବିଧାନସଭା ନିର୍ବାଚନରେ କୁଙ୍କୁରୀ ଆସନରୁ ଜିତିଛନ୍ତି।

୧୯୮୯ରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା। ଆରମ୍ଭରଉ ହିଁ ସ୍ବଚ୍ଛ ଏବଂ ନିର୍ମଳ ଭାବମୂ୍ତ୍ତି ରହିଥିଲା । ପ୍ରଥମେ ଗାଁ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ। ୧୯୯୦ରେ ଭାରତୀୟ ଜନତା ପାର୍ଟି ତାଙ୍କ ଉପରେ ଆସ୍ଥା ପ୍ରକାଶ କରି ତପକରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଟିକେଟ୍ ଦେଇଥିଲା, ଯେଉଁଥିରେ ସେ ଜିତିଥିଲେ।

ଏହାପରେ ସେ ଲଗାତାର ୩ ଥର ପାଇଁ ରାୟଗଡ ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ୧୯୯୯ ରୁ ୨୦୧୪ ପର୍ଯ୍ୟନ୍ତ ସେ ଲଗାତାର ୩ ଥର ସାଂସଦ ରହିଛନ୍ତି। ଆଦିବାସୀ କୋଟାରୁ ଆସିଥିବାରୁ ବିଷ୍ଣୁଦେବ ସାଏ ମଧ୍ୟ ସିଏମ୍ ରେସ୍‌ ପାଇଁ ଦାବିଦାର ଥିଲେ। ଛତିଶଗଡରେ ମୁଖ୍ୟମନ୍ତ୍ରୀଙ୍କ ଚେହେରାକୁ ନେଇ ଅନେକ ନାଁ ଉଠିଥିଲା । କିନ୍ତୁ ବାଡିମାରିନେଇଛନ୍ତି ବିଷ୍ଣ୍ଣୁ ।

Comments are closed, but trackbacks and pingbacks are open.