ଜନ୍ମ ହେଲା ଦୁନିଆର ପ୍ରଥମ ଧଳା କୁମ୍ଭୀର ; ଜଣାନ୍ତୁ ଏହା ବିଷୟରେ

23

ଫ୍ଲୋରିଡା: କୁମ୍ଭୀର କହିଲେ ସାଧାରଣତଃ ମନକୁ କଳା ଓ ମାଟିଆ ରଙ୍ଗ, ଗୋଲ ପୃଥୁଳ ଶରୀର ଥିବା ଜୀବ କଥା ଆସିଥାଏ । ହେଲେ କେବେ ଧଳା ରଙ୍ଗର କୁମ୍ଭୀର କଥା ଶୁଣିଛନ୍ତି । ଦୁନିଆରେ ପ୍ରଥମ ଥର ପାଇଁ ଧଳା କୁମ୍ଭୀର ଦେଖାଯାଇଛି । ଆମେରିକା ଫ୍ଲୋରିଡାର ଗ୍ୟାଟୋରଲାଣ୍ଡରେ ଦୁର୍ଲଭ ପ୍ରଜାତିର ଲ୍ୟୁସିଷ୍ଟିକ ଧଳା କୁମ୍ଭୀର ଦେଖିବାକୁ ମିଳିଛି ।

ଦୁନିଆରେ ଥିବା କୁମ୍ଭୀରର ୮ଟି ପ୍ରଜାତି ମଧ୍ୟରୁ ଏହା ଅନ୍ୟତମ । ଜାଣି ଆଶ୍ଚର୍ଯ୍ୟ ହେବେ ଏହି କୁମ୍ଭୀର ମଣିଷ ଲାଳନପାଳନରେ ବଡ ହୋଇଥିବା ପ୍ରଥମ କୁମ୍ଭୀର ଅଟେ । ଗ୍ୟାଟୋରଲାଣ୍ଡର ଅଧ୍ୟକ୍ଷ ଓ ସିଇଓ ମାର୍କ ମେକାହ୍ନୁ କହିଛନ୍ତି, ୩୬ବର୍ଷ ପୂର୍ବେ ଲ୍ୟୁଇସିଆନ ପୋଖରୀର ଦଳରେ ଲ୍ୟୁସିଷ୍ଟିକ କୁମ୍ଭୀରର ବସା ଦେଖିବାକୁ ମିଳିଥିଲା । ଏହାପରେ ଏହି କୁମ୍ଭୀରର ଜନ୍ମ ହୋଇଛି ।

ପିତାମାତା ଜେୟାନ ଓ ଆଶଲେଙ୍କ ଠାରୁ ଏହି କୁମ୍ଭୀରଟି ଜନ୍ମ ହୋଇଛି । ଛୁଆ କୁମ୍ଭୀରର ମାଆ ସାଧାରଣ ପ୍ରଜାତିର ହୋଇଥିବାବେଳେ ବାପା ଲ୍ୟୁସିଷ୍ଟିକ ପ୍ରଜାତିର ଅଟନ୍ତି । ଲ୍ୟୁସିଷ୍ଟିକ କୁମ୍ଭୀର ଆମେରିକୀୟ କୁମ୍ଭୀର ଭିତରୁ ସବୁଠାରୁ ଦୁର୍ଲଭ ପ୍ରଜାତିର କୁମ୍ଭୀର ଅଟନ୍ତି ।

Comments are closed, but trackbacks and pingbacks are open.