ମୁହଁ ଖୋଲିଲେ ମିଚେଲ ମାର୍ଶ

984

World Cup 2023: କ୍ରିକେଟ୍ ବିଶ୍ୱକପ୍ 2023 ଅନେକ ବିବାଦଭରା ରହିଥିଲା । ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଅନେକ ବିବାଦ ଦେଖାଦେଇଥିଲା । ଏପରିକି ବିଶ୍ୱକପ୍ ଫାଇନାଲ ପରେ ବି ବିବାଦ ଥମିବାର ନାଁ ନେଇ ନଥିଲା । ବିଶ୍ୱକପ୍ ଫାଇନାଲ୍ ବିଜୟ ପରେ ବିଜେତା ଅଷ୍ଟ୍ରେଲିଆର ଅଧିନାୟକଙ୍କୁ ନେଇ ଦେଖାଦେଇଥିଲା ବିବାଦ । ସେ ବିଶ୍ୱକପ ଟ୍ରଫି ଉପରେ ପାଦ ରଖିଥିବାର ଏକ ଫୋଟ୍ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା ।

ଅଷ୍ଟ୍ରେଲୀୟ ଖେଳାଳି ମିଚେଲ ମାର୍ଶ ଭାଇରାଲ ଫଟୋରେ ବିଶ୍ୱକପ ଟ୍ରଫି ଉପରେ ପାଦ ରଖିଥିବାର ନଜର ଆସିଥିଲେ । ଏହାକୁ ନେଇ ଅନେକ ସମାଲୋଚନା ମଧ୍ୟ କରାଯାଇଥିଲା । ଏହା ପରେ ମାର୍ଶ ବର୍ତ୍ତମାନ ଏହି ବିବାଦୀୟ ଫଟୋ ଉପରେ ନୀରବତା ଭାଙ୍ଗିଛନ୍ତି ।

32 ବର୍ଷୀୟ ଖେଳାଳି ମାର୍ଶ କହିଛନ୍ତି ଯେ ଟ୍ରଫିକୁ ଅସମ୍ମାନ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା । ମାର୍ଶ କହରିଛନ୍ତି, ‘ସେହି ଫଟୋରେ କୌଣସି ଅସମ୍ମାନ ନଥିଲା । ମୁଁ ଏହା ଉପରେ ବେଶୀ କିଛି ବିଚାର କରିନାହିଁ । ସୋସିଆଲ ମିଡିଆରେ ମଧ୍ୟ ବେଶୀ କିଛି ଦେଖି ନାହିଁ । କିନ୍ତୁ ସମସ୍ତେ ମୋତେ କହୁଛନ୍ତି ଏହା ଏବେ ସମାପ୍ତ ହୋଇଛି, ଏବଂ ଏଥିରେ ଆଉ କିଛି ନାହିଁ ।

ବାସ୍ତବରେ ଅଷ୍ଟ୍ରେଲିଆ ବିଶ୍ୱକପ ଟ୍ରଫି ଜିତିବାର କିଛି ଘଣ୍ଟା ପରେ ମାର୍ଶଙ୍କର ଏହି ଫଟୋ ସେୟାର କରାଯାଇଥିଲା । ଫଟୋକୁ ଦେଖିଲେ ଏହା ଏକ ହୋଟେଲ ରୁମ ପରି ଦେଖାଯାଉଛି, ଯେଉଁଠାରେ ଅଷ୍ଟ୍ରେଲିଆ ଦଳ ଆରାମରେ ବସି ବିଜୟ ପରେ ପରସ୍ପର ସହ କଥାବାର୍ତ୍ତା ହେଉଥିଲେ ।

Comments are closed, but trackbacks and pingbacks are open.