ଜାଣନ୍ତୁ କାହିଁକି ପାଳନ ହୁଏ ନୋ ନନ୍ ଭେଜ ଡେ ?

211

ଉତ୍ତରପ୍ରଦେଶ: ଆଜି ‘ନୋ ନନ୍ ଭେଜ ଡେ’ । ଉତ୍ତରପ୍ରଦେଶ ସରକାର ଆଜି ସମଗ୍ର ରାଜ୍ୟରେ ନୋ ନନ୍ ଭେଜ ଡେ ପାଳନ କରିବାକୁ ଘୋଷଣା କରିଛନ୍ତି । ତେବେ ବର୍ତ୍ତମାନ ଅନେକଙ୍କ ମଧ୍ୟରେ ପ୍ରଶ୍ନ ଆସୁଥିବ ଯେ କ’ଣ ଏହି ନୋ ନନ୍ ଭେଜ ଡେ । କାହିଁକି ସରକାର ଏପରି ନିଷ୍ପତି ନେଲେ । ତେବେ ଆଜି ହେଉଛି ‘ସାଧୁ ଟିଏଲ ଭାସୱାନି’ଙ୍କ ଜନ୍ମ ଜୟନ୍ତି । ୟୁପି ସରକାର ଯୋଗୀ ଆଦିତ୍ୟନାଥ ‘ସାଧୁ ଟିଏଲ ଭାସୱାନି’ଙ୍କ ଜନ୍ମ ବାର୍ଷିକୀ ଅବସରରେ ରାଜ୍ୟରେ ଆମିଷ ଦୋକାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନିର୍ଦ୍ଦେଶକୁ ସାରା ରାଜ୍ୟରେ କଡାକଡି ପାଳନ କରାଯିବାକୁ ସରକାର କର୍ତ୍ତୃପକ୍ଷଙ୍କୁ କହିଛନ୍ତି । 

ସାଧୁ ଟିଏଲ୍ ଭାସୱାନୀ ଜଣେ ପ୍ରତିଷ୍ଠିତ ଭାରତୀୟ ଶିକ୍ଷାବିତ୍ ଥିଲେ । ଶିକ୍ଷା କ୍ଷେତ୍ରରେ ଏକ ଅବିସ୍ମରଣୀୟ ଚିହ୍ନ ରଖିଯାଇଛନ୍ତି ସାଧୁ ଟିଏଲ ଭାସୱାନୀ । ଶିକ୍ଷା କ୍ଷେତ୍ରରେ ମୀରା ଆନ୍ଦୋଳନ ଆରମ୍ଭ କରିଥିଲେ ସେ । ୧୯୪୯ ମସିହା ପରେ ସେ ପୁନେକୁ ଯିବା ପୂର୍ବରୁ ହାଇଦ୍ରାବାଦର ସିନ୍ଧର ସେଣ୍ଟ ମୀରା ସ୍କୁଲ ପ୍ରତିଷ୍ଠା କରିଥିଲେ। ଦେଶରେ ମହିଳାଙ୍କ ଶିକ୍ଷା ତଥା ମୁକ୍ତି ପାଇଁ ସ୍ୱର ଉତ୍ତୋଳନ କରିଥିଲେ ସେ ।

ସାଧୁ ଥାନୱାରଦାସ ଲିଲାରାମ ଭାସୱାନି ୨୫ ନଭେମ୍ବର ୧୮୭୯ ରେ ଏକ ସିନ୍ଧି ପରିବାରରେ ଜନ୍ମଗ୍ରହଣ କରିଥିଲେ। ୧୬ ଜାନୁୟାରୀ ୧୯୬୬ ରେ ୮୬ ବର୍ଷ ବୟସରେ ଦେହାନ୍ତ କରିଥିଲେ ଭାସୱାନୀ । ନଭେମ୍ବର ୨୫ ରେ ସାଧୁ ଭାସୱାନୀଙ୍କ ଜନ୍ମଦିନକୁ ମଧ୍ୟ ଅନ୍ତର୍ଜାତୀୟ ମାଂସହୀନ ଦିବସ ଭାବେ ମାନ୍ୟତା ଦିଆଯାଇଛି । ଭାସୱାନୀଙ୍କୁ ମନେ ରଖିବା ଏବଂ ଅହିଂସା ବିଷୟରେ ତାଙ୍କର ଧାରଣାକୁ ଅନୁସରଣ କରିବା ପାଇଁ ଏହି ଦିନକୁ ନୋ ନନ୍ ଭେଜ ଡେ ଭାବରେ ପାଳନ କରାଯାଏ ।

Comments are closed, but trackbacks and pingbacks are open.