ମୁମ୍ବାଇରେ ବଡ ଧରଣର ଅଗ୍ନିକାଣ୍ଡ, ୨୪ ମହଲା କୋଠାରେ ଲାଗିଲା ନିଆଁ

951

ମୁମ୍ବାଇ: ଗୁରୁବାର ମୁମ୍ବାଇରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଠାରେ ଏକ ୨୪ ମହଲା ବିଶିଷ୍ଟ ବଡ କୋଠାରେ ନିଆଁ ଲାଗିଯାଇଛି । ଏହି ସମୟରେ କୋଠାରେ ୧୩୫ରୁ ଅଧିକ ଲୋକ ଫସି ରହିଥିଲେ । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି ।

ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି କି ଏହି ନିଆଁ ନ୍ୟୁ ହିନ୍ଦ ମିଲ କମ୍ପାଉଣ୍ଡରେ ଥିବା କୋଠାରେ ସକାଳ ୩ଟା ୪୦ମି ସମୟରେ ଲାଗିଥିଲା । ଏହି ଫ୍ଲାଟ ସରକାରଙ୍କ ପକ୍ଷରୁ ମିଲ୍ ଶ୍ରମିକଙ୍କୁ ଦିଆଯାଇଥିଲା । ସେ କହିଛନ୍ତି ଅଗ୍ନିକାଣ୍ଡ ପରେ ଏହି କୋଠାରେ ଅତି କମ୍‌ରେ ୧୩୫ ଜଣ ଲୋକ ଫସି ରହିଥିଲେ ଯେଉଁମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସୂଚନା ପାଇବା ମାତ୍ରେ ୫ ଦମକଳ ଗାଡି ଓ ୩ ପାଣି ଟାଙ୍କି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । କିନ୍ତୁ ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ତେବେ ସର୍ଟ ସର୍କିଟ୍ କାରଣରୁ ଏପରି ଅଗ୍ନିକାଣ୍ଡ ଘଟିଛି ବୋଲି ଅନୁବାନ କରାଯାଉଛି ।

Comments are closed, but trackbacks and pingbacks are open.