ଆଜିଠାରୁ ଇଣ୍ଡିଆ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ ଆରମ୍ଭ

28

ଆଜିଠୁ ଇଣ୍ଡିଆ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଯାଇଛି । ଲିଡ୍‌ସ ଗ୍ରାଉଣ୍ଡରେ ଦୁଇ ଦଳ ଭିତରେ ହେବ ମୁକାବିଲା । ୫ ଟିକିଆ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ ରେ ଆଗୁଆ ରହିଛି ଟିମ ଇଣ୍ଡିଆ । ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ବ୍ରିସ୍‌ବେନ୍‌ରେ ଖେଳାଯାଇଥିବା ବେଳେ ତାହା ଡ୍ର ରହିଥିଲା ।
ସେହିଭଳି ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଦମଦାର ବିଜୟ ହାସଲ କରିଥିଲା । ତେଣୁ ଆଜିଠାରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ପାଇଁ ଭାରତର ମନୋବଳ ଦୃଢ ରହିଛି ।
ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଲିଡ୍‌ସରେ ଭାରତର ପ୍ଳେଇଙ୍ଗ ଇଲେଭେନ୍‌ କଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ପୂର୍ବ ୨ ଟି ଟେଷ୍ଟ ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରିଥିଲା । ତେଣୁ ତୃତୀୟ ଟେଷ୍ଟରେ ଟିମରେ ଅଦଳବଦଳ ଆଶା କମ ରହିଛି । ତେବେ ଜାଡେଜାଙ୍କ ସ୍ଥାନରେ ଅଶ୍ୱିନିଙ୍କୁ ସ୍ଥାନ ମିଳିପାରେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.