ଜାତୀୟ ଶିକ୍ଷା ଦିବସ: କଣ ରହିଛି ଏହାର ମହତ୍ୱ, କାହିଁକି ପାଳନ କରନ୍ତି?

21

ନୂଆଦିଲ୍ଲୀ: ସାକ୍ଷରତା ପାଇଁ ବଦଳେ ଭବିଷ୍ୟତ… ଆଜି ଜାତୀୟ ଶିକ୍ଷା ଦିବସ । ପ୍ରତିବର୍ଷ ନଭେମ୍ବର ୧୧ ତାରିଖକୁ ଦେଶରେ ଜାତୀୟ ଶିକ୍ଷା ଦିବସ ଭାବରେ ପାଳନ କରାଯାଏ । ଏହି ଦିନର ଉଦ୍ଦେଶ୍ୟ ହେଉଛି ଶିକ୍ଷାର ମହତ୍ତ୍ୱ ବିଷୟରେ ସାରା ବିଶ୍ୱରେ ସଚେତନତା ସୃଷ୍ଟି କରିବା । ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଏହି ଦିନ ଆୟୋଜିତ ହୋଇଛି । ଯାହାକୁ ଆମେ ଜାତୀୟ ଶିକ୍ଷା ଦିବସ ଭାବେ ପାଳନ କରିଥାଉ ।

ମହାନ ଶିକ୍ଷାବିତ୍ ତଥା ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ମୌଲାନା ଅବୁଲ କଲାମ ଆଜାଦଙ୍କ ଏକ ଶ୍ରେଷ୍ଠ ସ୍ଥାନ ରହିଛି । ଦେଶର ସ୍ବାଧୀନତା ପରେ ସେ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ଭାରତର ଶିକ୍ଷା ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ଏବଂ ଏହାକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ ଅନେକ କାର୍ଯ୍ୟ କରିଥିଲେ । ବିଦ୍ୟାଳୟ, କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଜାତୀୟ ଶିକ୍ଷା ଦିବସରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗିତା, ପୁସ୍ତକ ମେଳା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ମାଧ୍ୟମରେ ଶିକ୍ଷାର ମହତ୍ତ୍ୱ କୁ ବୃଦ୍ଧି କରାଯାଇଥାଏ ।

ତେବେ ୨୦୦୮ ମସିହାରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ୧୧ ନଭେମ୍ବରକୁ ଜାତୀୟ ଶିକ୍ଷା ଦିବସ ଭାବରେ ଘୋଷଣା କରିଥିଲା । ଅବୁଲ କଲାମ ଆଜାଦ ଉଚ୍ଚଶିକ୍ଷା ଏବଂ ବୈଜ୍ଞାନିକ ଅଧ୍ୟୟନର ମୂଳଦୁଆ ପକାଇ ଭାରତର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିଥିଲେ । ୨୦୨୩ ରେ ଜାତୀୟ ଶିକ୍ଷା ଦିବସର ଥିମ ହେଉଛି ‘ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଅଭିନବ ଶିକ୍ଷା’ ଭାବରେ ରଖାଯାଇଛି । ଏହି ଥିମ୍ ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ନୂତନତ୍ୱକୁ ପ୍ରୋତ୍ସାହିତ କରିବା ଏବଂ ଏକ ସ୍ଥାୟୀ ଭବିଷ୍ୟତ ଗଢିବାରେ ଶିକ୍ଷାର ଭୂମିକାକୁ ଆଲୋକିତ କରିବା ।

ଜାତୀୟ ଶିକ୍ଷା ଦିବସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦିନ, ଯାହା ମାଧ୍ୟମରେ ଶିକ୍ଷାର ମହତ୍ତ୍ୱକୁ ମନେପକାଯାଏ । ଶିକ୍ଷା ହେଉଛି ଏକ ଶକ୍ତିଶାଳୀ ସାଧନ ଯାହା ମାଧ୍ୟମରେ ଆମେ ଆମ ଜୀବନକୁ ଉନ୍ନତ କରିପାରିବା । ଏହା ଆମକୁ ଜ୍ଞାନ, କୌଶଳ, ଏବଂ ଦକ୍ଷତା ପ୍ରଦାନ କରେ ଯାହା ଆମ ଲକ୍ଷ୍ୟ ପୂରଣ କରିବାରେ ଏବଂ ବିଶ୍ବର ଉନ୍ନତି କରିବାରେ ସାହାଯ୍ୟ କରିଥାଏ ।

Comments are closed, but trackbacks and pingbacks are open.