ଏୟାର ଇଣ୍ଡିଆରେ ଯାତ୍ରା ଜୀବନ ପାଇଁ ବିପଦ

27

ନୂଆଦିଲ୍ଲୀ: ନଭେମ୍ବର 19 ରୁ ଏୟାର ଇଣ୍ଡିଆ ଉଡ଼ାଣ କରିବାକୁ ଦେବୁ ନାହିଁ । ଏଥିରେ କୌଣସି ଶିଖ୍ ଯାତ୍ରୀ ଯାତ୍ରା କରନ୍ତୁ ନାହିଁ । ବିପଦ ହୋଇପାରେ । ଏଭଳି ଧମକ ଦେଇଛି ଖଲିସ୍ତାନ ଆନ୍ଦୋଳନର ନେତା ତଥା ନିଷିଦ୍ଧ ସଂଗଠନର ଶିଖ୍ ଫର ଜଷ୍ଟିସ୍ (ଏସ୍‌ଏଫ୍‌ଜେ) ର ଗୁରୁପତନ୍ତ ସିଂ ପନ୍ନୁନ୍ । ପୁଣି ଏକ ଭିଡିଓ ଜାରି କରି ଗୁରୁପତୱନ୍ତ ନଭେମ୍ବର 19 ରେ ଏୟାର ଇଣ୍ଡିଆ ବିମାନରେ ବ୍ୟାଘାତ ସୃଷ୍ଟି କରିବାର ଧମକ ଦେଇଛନ୍ତି । ଶିଖ୍ ଫର ଜଷ୍ଟିସ୍ ୱାଟର ମାର୍କ ଥିବା ଏକ ଭିଡିଓରେ ଶୁଣିବାକୁ ମିଳୁଛି, “ଆମେ ଶିଖ ସମ୍ପ୍ରଦାୟକୁ ଏୟାର ଇଣ୍ଡିଆରେ ଯାତ୍ରା ନକରିବାକୁ ଅନୁରୋଧ କରୁଛୁ । ନଭେମ୍ବର 19 ରେ ବିଶ୍ୱ ଅବରୋଧର ଏକ ଅଂଶ ଭାବରେ ଆମେ ଏୟାର ଇଣ୍ଡିଆକୁ କାର୍ଯ୍ୟ କରିବାକୁ ଅନୁମତି ଦେବୁ ନାହିଁ । ଶିଖ ସମ୍ପ୍ରଦାୟର ସମସ୍ତ ସଦସ୍ୟଙ୍କୁ ଆମେ ପରାମର୍ଶ ଦେଉଛୁ ଯେ ନଭେମ୍ବର 19 ରୁ ଏୟାର ଇଣ୍ଡିଆ ସେବା ବ୍ୟବହାର କରନ୍ତୁ ନାହିଁ । କାରଣ ଏହା ଆପଣଙ୍କ ଜୀବନ ପ୍ରତି ବିପଦ ଆଣିପାରେ ।

ସେ ଆହୁରି ମଧ୍ୟ ଭାରତ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ନଭେମ୍ବର 19ରେ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରକୁ ବନ୍ଦ କରାଯିବ । ଶିଖ ସମ୍ପ୍ରଦାୟ ଉପରେ ଭାରତର ଅତ୍ୟାଚାରକୁ ବିଶ୍ୱର ସାକ୍ଷୀ କରାଯିବ ଏବଂ ପଞ୍ଜାବ ସ୍ୱାଧିନତା ହାସଲ କରିବା ପରେ ବିମାନବନ୍ଦରର ନାମ ସହିଦ ବିନ୍ତ ସିଂ, ସହିଦ ସତ୍ୟୱନ୍ତ ସିଂ ଖାଲିସ୍ତାନ ବିମାନବନ୍ଦରରେ ପରିବର୍ତ୍ତନ କରାଯିବ ।

ପନ୍ନୁନ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ସେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଉପରେ ଆକ୍ରମଣ ଯୋଜନା କରୁଛନ୍ତି, ଯେଉଁଠାରେ ଅକ୍ଟୋବର 5ରେ ଆଇସିସି ବିଶ୍ୱକପ 2023 ର ପ୍ରଥମ ମ୍ୟାଚ୍ ହୋଇଥିଲା । ସହିଦ୍ ନିଜାରଙ୍କ ହତ୍ୟା ଉପରେ, ଆମେ ତୁମର ବୁଲେଟ୍ ବିରୋଧରେ ମତଦାନ ବ୍ୟବହାର କରିବାକୁ ଯାଉଛୁ । ଆମେ ତୁମର ହିଂସା ବିରୋଧରେ ଭୋଟ୍ ବ୍ୟବହାର କରିବାକୁ ଯାଉଛୁ । “ଏହି ଅକ୍ଟୋବରରେ ଏହା ବିଶ୍ୱ କ୍ରିକେଟ୍ କପ୍ ହେବ ନାହିଁ । ଏହା ବିଶ୍ୱ ଆତଙ୍କବାଦୀ କପ୍‌ର ଆରମ୍ଭ ହେବ । ଏହି ବାର୍ତ୍ତା ଏସ୍‌ଏଫ୍‌ଜେ ସାଧାରଣ ପରିଷଦ ଗୁରୁପନ୍ତୱନ୍ତ ସିଂ ପନ୍ନୁନଙ୍କ ନିକଟକୁ ଆସିଛି ।’

Comments are closed, but trackbacks and pingbacks are open.