ଖସିବ ପାରଦ; ଥରିବ ଓଡିଶା !

95

ଭୁବନେଶ୍ୱର: ଛାଡିଯାଇଛି ବର୍ଷା । ଆକାଶ ଏବେ ମେଘ ମୁକ୍ତ । ରାଜ୍ୟରେ ଧିରେ ଧିରେ ଆରମ୍ଭ ହେଲାଣି ଶୀତ । ଦିନକ ପରେ ରାଜ୍ୟରେ ଶୀତ ସମ୍ଭାବନା । ତଳମୁହାଁ ହେବ ପାରଦ । ଏନେଇ ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ପାଣିପାଗ କେନ୍ଦ୍ରର ସୂଚନାନୂସାରେ, ରାତିରେ ଏବେ ତାପମାତ୍ରା ୩ ରୁ ୪ ଡ୍ରିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି । ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନ ନାହିଁ । ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ କମିବ ରାତ୍ରି ତାପମାତ୍ରା । ଦିନକ ପରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ବୋଲି ଟ୍ୱିଟ୍‌ କରି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।

ଗତ କିଛି ଦିନ ହେବ ରାଜ୍ୟରେ ଥଣ୍ଡା କମ୍ ରହଥିଲା । ପଶ୍ଚିମା-ଝଡ଼ ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ସହ ପବନ ହୋଇଥିଲା । ଦୁଇ ଦିନ ହେବ ଆକାଶ ମେଘୁଆ ରହିବା ସହ ଥଣ୍ଡାର ପରିମାଣ କମିଥିଲା । ତେବେ ବର୍ତ୍ତମାନ ଭୋର ସମୟରେ କିଛି କିଛି ସ୍ଥାନରେ ହାଲୁକା କୁହୁଡି ପଡୁଥିବା ଦେଖିବାକୁ ମିଳୁଛି । ତେବେ ଚଳିତ ବର୍ଷ ବହୁ ବିଳମ୍ବରେ ଆରମ୍ଭ ହେଉଛି ଶୀତ ।

Comments are closed, but trackbacks and pingbacks are open.