ମଦ ଦୋକାନୀ ହୋଇ ଯାଆନ୍ତୁ ସାବଧାନ ; ଗ୍ରାହକଙ୍କ ପାଇଁ ଗଣିବେ ତଣ୍ତ

511

ବାରଙ୍ଗ: ମହଙ୍ଗା ପଡିଲା ଚଢା ଦରରେ ମଦ ବିକ୍ରି । ଏବେ ଗ୍ରାହକଙ୍କ ପାଇଁ ତଣ୍ତ ଗଣିବେ ମଦ ଦୋକାନୀ । ୧୦ଟଙ୍କା ବଢେଇକି ନେଉଥିଲେ ଏବେ ୨୦ଲକ୍ଷ ଫାଇନ୍ ଦେବେ । ଏଭଳି ଏକ ଘଟଣା ଘଟିଛି ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ନିକଟସ୍ତ ରାମଦାସପୁରରେ ଥିବା ଏକ ମଦ କାଉଣ୍ଟରରେ।

ସୂଚନା ଅନୁସାରେ, ଗ୍ରାହକଙ୍କୁ ଚୁନ ଲଗାଇବା ଏକ ମଦ ଦୋକାନୀ ମାଲିକଙ୍କୁ ମହଙ୍ଗା ପଡିଛି । ବୋତଲ ପିଛା ୧୦ ଟଙ୍କା ଅଧିକ ନେଇ ବର୍ତ୍ତମାନ ୨୦ ଲକ୍ଷ ଟଙ୍କାର ଜରିମାନା ଗଣିବେ ଦୋକାନୀ । କେବଳ ସେତିକି ନୁହେଁ କ୍ଷତିପୂରଣ ବାବଦ ୫୦ ହଜାର ଟଙ୍କା ଓ ମାମଲା ଖର୍ଚ୍ଚ ବାବଦରେ ଆଉ ୧୫ ହଜାର ଟଙ୍କା ଦେବାକୁ ଦୋକାନକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଖାଉଟି ବିବାଦ ସମାଧାନ କମିଶନ ।

ଗତ ଏପ୍ରିଲ ମାସ ୨୧ ତାରିଖରେ ରାମଦାସପୁରରେ ଥିବା ଏହି ମଦ କାଉଣ୍ଟରରୁ ବିଡାନସୀ ତାରିଣୀ ବିହାର ଲେନର ଅବିତ୍ ସାହୁ ଦୁଇଟି ବିଅର ବୋତଲ କିଣିଥିଲେ । ଗୋଟିଏ ବିଅର ବୋଲତର ଦାମ ୧୫୦ ଟଙ୍କା ଥିବା ବେଳେ ଆଉ ଏକ ବିୟର ବୋତଲର ଦାମ୍ ୨୧୦ ଟଙ୍କା ଥିଲା । ହେଲେ ଦୋକାନୀ ବୋତଲ ପିଛା ୧୦ ଟଙ୍କା ଅଧିକ ନେଇଥିଲେ । ତେଣୁ ବଳକା ଟଙ୍କାକୁ ଫେରସ୍ତ ପାଇଁ ମଦ ଦୋକାନୀଙ୍କୁ ଲିଗାଲ ନୋଟିସ୍ କରିଥିଲେ ଅବିତ୍ । କିନ୍ତୁ ନୋଟିସ୍ ଅମାନ୍ୟ କରିଥିବାରୁ କଟକ ଖାଉଟି ବିବାଦ ସମାଧାନ କମିଶନରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ଉକ୍ତ ଦୋକାନୀକୁ ଜରିମାନା ସହ ଦୋକାନକୁ ସିଲ କରିଛି ଅବକାରୀ ବିଭାଗ ।

ବିଗତ ଦିନ ଗୁଡିକର ଏପରି ଘଟଣା ଯେଉଁଠି ହେବ ତା’ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହି ଦୋକାନ ଉପରେ ଜୋରିମାନା କରାଯିବ। ଏହାସହ ସେହି ଦୋକାନୀ ନାଁରେ ମାମଲା ରୁଜୁ ହେବା ସହ ଲାଇସେନ୍ସ ମଧ୍ୟ କ୍ୟାନସଲ କରାଯିବ ବୋଲି କହିଛନ୍ତି କଟକ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ ।

Comments are closed, but trackbacks and pingbacks are open.