ମୋଦିଙ୍କ ଉପହାର; ୯୧୨ଟି ସାମଗ୍ରୀର ଇ-ନିଲାମ

204

ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ବିଭିନ୍ନ ଉପହାର ଓ ମେମେଣ୍ଟୋର ପଞ୍ଚମ ପର୍ଯ୍ୟାୟ ଇ-ନିଲାମୀ ପ୍ରକ୍ରିୟା ଚଳିତ ମାସ ୩୧ରେ ଶେଷ ହେଉଛି। ଏହା ଅକ୍ଟୋବର ୨ରେ ଆରମ୍ଭ ହୋଇଥିଲା। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ସମୟରେ ମିଳିଥିବା ଉପହାର ଗୁଡ଼ିକର ଇ-ନିଲାମ ପାଇଁ ଏହି ବ୍ୟବସ୍ଥା କରାଯାଇଛି।

ଏଥିରେ ଦେଶର ସାଂସ୍କୃତିକ ବିଭବକୁ ଦର୍ଶାଉଥିବା ବିଭିନ୍ନ ପ୍ରତିକୃତି ରହିଛି। କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖି କହିଛନ୍ତି, ଏହି ଇ-ନିଲାମୀ ପ୍ରକ୍ରିୟା ଲୋକପ୍ରିୟ ହୋଇଛି। ସେ କହିଛନ୍ତି, ୨୦୧୯ରେ ଆରମ୍ଭ ହୋଇଥିବା ଏହି ଯୋଜନା ସଫଳତା ଲାଭ କରିଛି।

ଚଳିତଥର ୯୧୨ଟି ସାମଗ୍ରୀ ଇ-ନିଲାମ ପାଇଁ ରଖାଯାଇଛି। ଗତ ୪ଟି ଇ-ନିଲାମୀରେ ୭ହଜାରରୁ ଅଧିକ ସାମଗ୍ରୀ ବିକ୍ରି କରାଯାଇଛି। ଏଥିରୁ ମିଳୁଥିବା ଅର୍ଥ ଗଙ୍ଗାନଦୀ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଜନହିତକର କାର୍ଯ୍ୟରେ ବ୍ୟବହାର କରାଯାଇଛି।

Comments are closed, but trackbacks and pingbacks are open.