ଭଷାଣି ଉତ୍ସବ; କମିଶନରଙ୍କ ପକ୍ଷରୁ ଗାଇଡଲାଇନ୍

63

ଭୁବନେଶ୍ୱର: ଆସନ୍ତାକାଲି ଭଷାଣି ଉତ୍ସବ । ବିଭିନ୍ନ ପୂଜାଣ୍ତପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହେବ ଏବଂ ଦେବୀଗଡ଼ା ଘାଟଠାରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ । ଯେଉଁଥି ପାଇଁ ଆଜିଠୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଟ୍ରାଫିକ୍ ସମସ୍ୟାକୁ ନଜରରେ ରଖି କମିଶନରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି ।

ଭସାଣ ସମୟରେ ମୁଖ୍ୟ ରାସ୍ତାରେ ଯାନବାହାୱ ଯିବାକୁ ଅନୁମତି ଦିଆଯାଇ ନାହିଁ । କଟକ କଲେଜ ଛକ ନିକଟରୁ ବକ୍ସିବଜାର ପର୍ଯ୍ୟନ୍ତ ଯାନବାହନ ଚଳାଚଳ କରିବା ପାଇଁ ଅନୁମତି ନାହିଁ । ସେହିପରି ତିନିକୋଣିଆ ବଗିତା ଦେଇ ଚାନ୍ଦିନୀ ଚୌକ ଛକ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଥିବା ବେଳେ ଚୌଧୁରୀ ବଜାର ଛକ ଠାରୁ ପୂର୍ଣ୍ଣସାହି ଛକ ପର୍ଯ୍ୟନ୍ତ ବି କଟକଣା ଲାଗିଛି ।

ସେହିପରି ଚଣ୍ତିଛକରୁ ଶେଖ ବଜାର, ମହମ୍ମଦିଆ ବଜାରରୁ ଚାନ୍ଦିନୀ ଚୌକ ରାସ୍ତାରେ ମଧ୍ୟ ଯାନବାହ ଯିବା ଉପରେ କଟକଣା ଲାଗଯାଇଛି । ତେବେ ଯଦି ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କଲେ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନ ଭରିବାକୁ ପଡିବ ବୋଲି ସୂଚନା ଦେଇଛି କମିଶନରେଟ୍ ପୋଲିସ ।

Comments are closed, but trackbacks and pingbacks are open.