ବଲିଉଡ ଛାଡ଼ିବେ ଅନୁଷ୍କା ; ଏମିତି ହଠାତ ନିଷ୍ପତି କାହିଁକି ନେଲେ ?

27

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ତଥା ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏପରିକି ଦ୍ୱିତୀୟ ସନ୍ତାନର ମାଆ ହେବା ପରେ ସେ ଅଭିନୟ ଛାଡିବା ନେଇ ଅନୁମାନ କରାଯାଉଛି । ସିମି ଗେରୱେଲାଙ୍କ ସହ ଅନୁଷ୍କାଙ୍କ ଏକ ପୁରୁଣା ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କହୁଛନ୍ତି ହଁ ବିବାହ ପରେ ନିଶ୍ଚିତ ଭାବେ ସନ୍ତାନ ଚାହିଁବି । ଏହା ପରେ ଆଉ କାମ କରିବି ନାହିଁ ।

ତାଙ୍କ ମାଆ ମଧ୍ୟ ଏହି ସାକ୍ଷାତକାର କହିଛନ୍ତି ଯେ, ମୁଁ ଯେତେ ଦୂର ଅନୁଷ୍କାକୁ ଜାଣିଛି ସେ କେବେ ହେଲେ ଫିଲ୍ମ ଇଣ୍ଡଷ୍ଟ୍ରିର କାହାକୁ ବିବାହ କରିବ ନାହିଁ । ସେ ଆରେଂଜ ମ୍ୟାରେଜକୁ ପସନ୍ଦ କରନ୍ତି । ଆମେ ମଧ୍ୟ ତାର ପସନ୍ଦକୁ ସମ୍ମାନ ଦେବୁ । ୨୦୧୭ରେ ବିରାଟ ଓ ଅନୁଷ୍କାଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥିଲା ।

ସେମାନଙ୍କ ଭାମିକା ନାମକ କନ୍ୟା ସନ୍ତାନ ରହିଛି । ନିକଟରେ ଉଭୟଙ୍କୁ ଏକ କ୍ଲିନିକ ବାହାରେ ଦେଖିବାକୁ ମିଳିବା ପରେ ଅନୁଷ୍କା ପ୍ରେଗନେଂଟ ଥିବା ଚର୍ଚ୍ଚା ଜୋର ଧରିଥିଲା । ବିରାଟ ଓ ଅନୁଷ୍କାଙ୍କ କେମେଷ୍ଟ୍ରିକୁ ପ୍ରଶଂସକମାନେ ବେଶ ପସନ୍ଦ କରିଥାନ୍ତି । ଉଭୟଙ୍କୁ ଏକ ସଫଳ ଯୋଡି ଭାବେ ଚିତ୍ରଣ କରାଯାଇଥାଏ ।

Comments are closed, but trackbacks and pingbacks are open.