ଆପ କରୁଛି କଂଗ୍ରେସ ପାଇଁ ପ୍ରଚାର !

84

ଭୁବନେଶ୍ୱର: ଇଣ୍ଡିଆ ମେଣ୍ଟର ପ୍ରମୁଖ ସଦସ୍ୟ ହେଲେ ମଧ୍ୟ ଆମ ଆଦମୀ ପାର୍ଟି ଆଗାମୀ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ, ଛତିଶଗଡ଼ରେ ସବୁ ଶକ୍ତି ଖଟାଇ ଲଢୁଛି। ଉଭୟ ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେ଼ଇ ହୁଏ। ତେଣୁ ଇଣ୍ଡିଆ ମେଣ୍ଟର ଅନ୍ୟତମ ପ୍ରମୁଖ ଦଳ କଂଗ୍ରେସ ବିଜେପିକୁ ଟକ୍କର ଦେଉଥିବା ବେଳେ ଆପର ଏଣ୍ଟ୍ରିକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

ସେପଟେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏମପିର ରିବାରେ ଆପ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମେଗା ରୋଡ଼ ଶୋ କରିଛନ୍ତି। ଏହି ଅବସରରେ ମାନ ବିଜେପିକୁ ଜୋରଦାର ଟାର୍ଗେଟ କରିଛନ୍ତି। ମାନଙ୍କ ରୋଡ଼ ଶୋ ରିବା କଲେଜ ଛକ ଠାରୁ ଆରମ୍ଭ ହୋଇ ମୁଖ୍ୟ ବଜାର ପର୍ଯ୍ୟନ୍ତ ଯାଇଥିଲା। ଏହି ଅବସରରେ ରିବାରେ ଦଳୀୟ ପ୍ରାର୍ଥୀ ଦୀପକ ସିଂଙ୍କ ପାଇଁ ଭୋଟ ମାଗିଛନ୍ତି ମାନ।

ଲୋକଙ୍କୁ ସମ୍ବୋଧିତ କରି ମାନ ପ୍ରଦେଶର ଜନତା ପରିବର୍ତ୍ତନ ଚାହୁଁଥିବା କହିଛନ୍ତି। ପୂର୍ବ ନିର୍ବାଚନରେ ମଧ୍ୟ ଏମପିର ଜନତା ପରିବର୍ତ୍ତନ ପାଇଁ ଭୋଟ ଦେଇଥିଲେ। କିନ୍ତୁ ପରିବର୍ତ୍ତନକୁ ଆଉ ଏକ ପରିବର୍ତ୍ତନରେ ପରିବର୍ତିତ କରିଦିଆଗଲା ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି। କଂଗ୍ରେସ ନେତାଙ୍କ ହୃଦୟ ପରିବର୍ତ୍ତନ କରି ସେମାନଙ୍କୁ ନିଜ ଆଡକୁ ନିଆଯିବା ସହ ଲୋକତନ୍ତ୍ରକୁ ହତ୍ୟା କରାଗଲା ବୋଲି ମାନ କହିଛନ୍ତି।

Comments are closed, but trackbacks and pingbacks are open.