ନିର୍ବାଚନ ନେଇ ବାଜିଲା ବିଗୁଲ

124

ନୂଆଦିଲ୍ଲୀ: ଆଜି ‘ଭାରତର ନିର୍ବାଚନ କମିସନ୍‌’ ମିଜୋରାମ୍‌, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ଆଦି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବ ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି। ନିର୍ବାଚନ ତାରିଖ, ମତଦାନ ପର୍ଯ୍ୟାୟ ଓ ପ୍ରାର୍ଥୀପତ୍ର ଦାଖଲ ଓ ପ୍ରତ୍ୟାହାରର ତାରିଖ ଆଦି ଘୋଷଣା କରିବା ନିମନ୍ତେ ଆଜି ମଧ୍ୟାହ୍ନ ୧୨ଟା ବେଳେ ‘ଭାରତର ନିର୍ବାଚନ କମିସନ୍‌’ ସାମ୍ବାଦିକ ସମ୍ମିଳନୀ ଡକାଇଛି।

୨୦୨୩ ଡିସେମ୍ବର ଓ ୨୦୨୪ ଜାନୁଆରି ମଧ୍ୟରେ ଉପରୋକ୍ତ ୫ଟି ରାଜ୍ୟର ବିଧାନସଭା କାର୍ଯ୍ୟକାଳ ଶେଷ ହେବ। ରାଜ୍ୟ ବିଧାନସଭା କାର୍ଯ୍ୟକାଳ ଶେଷ ହେବାର ୬ରୁ ୮ ସପ୍ତାହ ପୂର୍ବରୁ ଭାରତର ନିର୍ବାଚନ କମିସନ୍‌ ସାଧାରଣତଃ ସମୟ-ନିର୍ଘଣ୍ଟ ଧାର୍ଯ୍ୟ କରିଥାଏ। ଏହି ବିଧାନସଭା ନିର୍ବାଚନ ସବୁ ‘ବିଜେପି’, କଂଗ୍ରେସ ଓ ଅନ୍ୟାନ୍ୟ ପ୍ରମୁଖ ଆଞ୍ଚଳିକ ଦଳମାନଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ହେବ। କାରଣ ଉପରୋକ୍ତ ୫ଟି ରାଜ୍ୟରୁ ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ କ୍ଷମତାରେ ଥିବା ବେଳେ ମଧ୍ୟପ୍ରଦେଶରେ ‘ବିଜେପି’ ଶାସନ କରୁଛି। ସେହିପରି, ତେଲେଙ୍ଗାନାରେ ‘କେସିଆର୍‌’ଙ୍କ ନେତୃତ୍ବାଧୀନ ‘ଭାରତ ରାଷ୍ଟ୍ର ସମିତି’ ଓ ମିଜୋରାମ୍‌ରେ ‘ମିଜୋ ନ୍ୟାସ୍‌ନାଲ୍‌ ଫ୍ରଣ୍ଟ୍‌’ କ୍ଷମତାରେ ରହିଛନ୍ତି।

Comments are closed.