ଭାରତକୁ ପୁଣି ଏକ ସ୍ବର୍ଣ୍ଣ ; ପ୍ରଶଂସା କଲେ ମୋଦି

255

ନୂଆଦିଲ୍ଲୀ:ଦୌଡ଼କୁଦରୁ ଭାରତକୁ ପୁଣି ଗୋଟିଏ ପଦକ ମିଳିଛି। ଭାରତ ପାଇଁ ମିକ୍ସଡ ୩୫ କିମି ଚାଲିବା ରେସ୍‌ରେ ମଞ୍ଜୁ ରାଣୀ ଓ ରାମ ବାବୁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଭାରତୀୟ ଯୋଡ଼ି ୫ ଘଣ୍ଟା ୫୧ ମିନିଟ ୧୪ ସେକେଣ୍ଡରେ ଧାର‌୍ୟ୍ୟ ଟାର୍ଗେଟକୁ ହାସଲ କରି ଏପରି ସଫଳତା ପାଇଛନ୍ତି। ଏହି ପ୍ରତିଯୋଗିତାରେ ଚାଇନା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଚାଇନିଜ ଖେଳାଳି ୫.୧୬.୪୧ ଘଣ୍ଟାରେ ଧାର‌୍ୟ୍ୟ ଟାର୍ଗେଟକୁ ହାସଲ କରିଛନ୍ତି।

ଏସୀୟ କ୍ରୀଡାରେ ଭାରତୀୟ ଖେଳାଳିଙ୍କ ଶ୍ରେଷ୍ଠ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ଯେ ଏଥର ଏସୀୟ କ୍ରୀଡାରେ ଭାରତ ଏପର୍ଯ୍ୟନ୍ତ ସର୍ବୋତ୍ତମ ପ୍ରଦର୍ଶନ କରିଛି। ସେ କହିଛନ୍ତି ଯେ ଏଥର ଏସୀୟ କ୍ରୀଡାରେ ଭାରତ ସର୍ବାଧିକ ୭୩ଟି ପଦକ ଜିତିଛି।

ସେ କହିଛନ୍ତି ଯେ ଏସୀୟ କ୍ରୀଡାରେ ଜିତିଥିବା ପ୍ରତ୍ୟେକ ପଦକ ଦେଶର ଖେଳାଳିଙ୍କ ଅତୁଳନୀୟ ଉତ୍ସର୍ଗୀକୃତ, କଠିନ ପରିଶ୍ରମ ଏବଂ କ୍ରୀଡ଼ା ନୈପୁଣ୍ୟ, ଯାହା ସମଗ୍ର ଦେଶ ପାଇଁ ଗର୍ବର ମୁହୂର୍ତ୍ତ ଅଟେ।

Comments are closed, but trackbacks and pingbacks are open.