ଏସିୟ କ୍ରୀଡା :ଆରମ୍ଭରୁ ଅନେକ ପଦକ ନିଜ ନାମରେ କରିଛି ଭାରତ

43

ଆରମ୍ଭ ହୋଇଯାଇଛି ଏସିୟ କ୍ରୀଡା l ଦମଦାର ପ୍ରଦର୍ଶନରୁ ଭାରତ ଏହାର କ୍ରୀଡାର ଯାତ୍ରା ଆରମ୍ଭ କରିଛି ଚିନର ହାଙ୍ଗଝୌରେ ଏସୀୟ କ୍ରୀଡ଼ାର ଊନବିଂଶତମ ସଂସ୍କରଣ ଆରମ୍ଭ ହୋଇଥିବା ବେଳେ ରୌପ୍ୟ ପଦକରୁ ଅଭିଯାନ ଆରମ୍ଭ କରିଛି ଭାରତ । ଶୁଟିଂ ଓ ରୋଇଂର ବିଭିନ୍ନ ପ୍ରକାର ଏଭେଣ୍ଟରେ ଭାରତ ରୌପ୍ୟ ଓ ବ୍ରୋଞ୍ଜ ଭଳି ଅନେକ ପଦକ ହାସଲ କରିବାରେ ସକ୍ଷମ ହୋଇଛି l

ଶୁଟିଂରେ ମହିଳା ଟିମ୍‌କୁ ମିଳିଛି ରୌପ୍ୟ ପଦକ। ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ମିଳିଛି ଏହି ସଫଳତା । ମେହୁଲି ଘୋଷ, ରମିତା ଓ ଅଶି ଚୋକ୍ସି ଜିତିଛନ୍ତି ରୌପ୍ୟ ପଦକ। ଶୁଟିଂରେ ରୌପ୍ୟ ଜିତିବା ପରେ ଭାରତ ପାଇଁ ଆସିଥିଲା ଆଉ ଏକ ଖୁସି ଖବର । ରୋଇଂରେ ବି ଦେଶକୁ ମିଳିଥିଲା ରୌପ୍ୟ ପଦକ। ପୁରୁଷ ଲାଇଟ୍‌ୱେଟ ଡବଲ୍ସରେ ଦେଶ ପାଇଁ ଏହି ରୌପ୍ୟ ପଦକ ଜିତିଛନ୍ତି ।

କେବଳ ସେତିକି ନୁହେଁ ଭାରତକୁ ଏଯାଏଁ ଆହୁରି କେତେ ପଦକ ମିଳିସାରିଲାଣି l ପୁନଶ୍ଚ ରୋଇଂର ଆଉ ଏକ ଏଭେଣ୍ଟ ରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି l ରୋଇଂ ମେନ୍ସ 8 ରେ ମଧ୍ୟ ଭାରତ ରୌପ୍ୟ ପଦକ ହାସଲ କରିଛି l ୧୦ ମିଟର ଏୟାର ଫାଇରିଂରେ ମଧ୍ୟ ଭାରତର ରମିତା ଆଉ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି l

ଏଥିସହ ଭାରତୀୟ ମହିଳା କ୍ରିକେଟ ଦଳ ବାଂଲାଦେଶକୁ ସେମିଫାଇନାଲ ରେ ହରେଇ ଅତି କମରେ ରୌପ୍ୟ ପଦକ ନିଜ ନିଜ ନାମରେ କରିସାରିଛି l ଯଦି ଫାଇନାଲ ଜିତେ ସ୍ଵର୍ଣ ପଦକ ହାସଲ କରିବ ନଚେତ ଏହି ରୌପ୍ୟ ପଦକ ନେଇ ଫେରିବ l

ତେବେ ଶନିବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଚଳିତ ଏସୀୟ କ୍ରୀଡ଼ାକୁ ଉଦ୍‌ଘାଟନି ହୋଇଯାଇଛି l ଏଥିରେ ପ୍ରଥମରୁ ହିଁ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି l ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କ୍ରୀଡା l ଏହି ପ୍ରତିଯୋଗିତାରେ ମୋଟ ୪୫ଟି ଦେଶରୁ ପ୍ରାୟ ୧୨,୫୦୦ ପ୍ରତିଯୋଗି ଅଂଶଗ୍ରହଣ କରିଛନ୍ତି ।

Comments are closed, but trackbacks and pingbacks are open.