ତାଲିବାନ ସେନା ର ଭାରତୀୟ ଦୂତାବାସ ଉପରେ ଆକ୍ରମଣ

0 153

ଆରମ୍ଭ ହେଲା ତାଲିବାନୀ ବର୍ବରତା। ଲୁଟପାଟ, ବନ୍ଧୁକ ଗୁଳୀର କଥା ବୁଝୁଥିବା ତାଲିବାନୀ ସେନା ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିଛି। ବିଦେଶୀ ଗଣମାଧ୍ୟମ ରିପୋର୍ଟ ଆଧାରରେ କୁହାଯାଉଛି ଯେ, ଆଫଗାନିସ୍ତାନର ସହର କାନ୍ଦାହାର ଓ ‌ହୈରାତରେ ବନ୍ଦ ଥିବା ଭାରତୀୟ ଦୂତାବାସରୁ ଲୁଟପାଟ କରିଛନ୍ତି ତାଲିବାନୀ ସେନା।
ତାଲା ଭାଙ୍ଗି ଅଫିସରେ ଥିବା ବିଭିନ୍ନ ଦସ୍ତାବିଜ ଯାଞ୍ଚ କରିବା ସହ କିଛି କାଗଜପତ୍ର ନେଇ ଚାଲି ଯାଇଛନ୍ତି। ଅଫିସ ସାମ୍ନାରେ ଥିବା କିଛି ଗାଡିକୁ ବି ସେମାନେ ନେଇଯାଇଛନ୍ତି। ତାଲିବାନର ବରିଷ୍ଠ ନେତା ମହମ୍ମଦ ଆବାସ ଆଫଗାନିସ୍ତାନରେ ଥିବା ଭାରତୀୟ ଦୂତାବାସ ବନ୍ଦ ନ କରିବାକୁ ଅନୁରୋଧ କରିଥିଲା । ହେଲେ ଗୁରୁବାର ତାଲିବାନୀମାନେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ବାଣିଜ୍ୟିକ ସଂପର୍କ ଛିନ୍ନ କରିବା ପରେ ଏପରି କାଣ୍ଡ ବହୁ ପ୍ରଶ୍ନ ଠିଆ କରୁଛି।

Leave A Reply

Your email address will not be published.