ଆଜି ଇ-ବସ୍‌ ଓ ଇ-ରିକ୍ସାରେ ଯାତ୍ରା ସମ୍ପୂର୍ଣ ମାଗଣା

85

ଭୁବନେଶ୍ୱର : ସମସ୍ତ ମୋ ବସ ଯାତ୍ରୀଙ୍କ ପାଇଁ ଖୁସି ଖବର l ଆଜି ମାଗଣାରେ ଇ-ବସ୍‌ ଓ ଇ-ରିକ୍ସାରେ ଆପଣ ଯାତ୍ରା କରିପାରିବେ । ଆଜି ହେଉଛି ସ୍ୱଚ୍ଛ ବାୟୁ ଦିବସ । ଆଉ ଏହାକୁ ପାଳନ କରିବା ପାଇଁ ଏମିତି ଏକ ନିଆରା ଉପାୟ ଆପଣେଇଛନ୍ତି ସରକାର । ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଭୁବନେଶ୍ୱରରେ ଆଜି କ୍ରୁଟ୍‌ର ସମସ୍ତ ମୋ ଇ-ବସ୍ ଓ ଇ-ରିକ୍ସାରେ ଯାତ୍ରା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଘୋଷଣା କରିଛନ୍ତି । ଏହାସହ କ୍ରୁଟ୍‌ର ଏକ୍ସ (ପୂର୍ବରୁ ଟ୍ୱିଟର )ରେ ମଧ୍ୟ ଏ ବିଷୟରେ ସୂଚନା ଦିଆଯାଇଛି l ଯାତ୍ରୀମାନେ ଆଜି ସମ୍ପୂର୍ଣ ମାଗଣାରେ ଏହି ଇ ମୋ ବସ ଓ ଇ ମୋ ଅଟୋରେ ଯାତ୍ରା କରିପାରିବେ ।

ଭୁବନେଶ୍ୱରରେ ୧୦ଟି ରୁଟ୍‌ରେ ଏବେ ୫୦ଟି ଇ-ବସ୍ ଓ ୫୦ଟି ଇ-ରିକ୍ସା ଚଳାଚଳ କରୁଛି । ତେବେ ଯଦି ଆଜିର ଟିକେଟ ଆପଣ ଦେଖିବେ ସେଥିରେ କୌଣସି ମୁଲ୍ୟ ଲେଖା ହୋଇନାହିଁ । କେବଳ ଯାତ୍ରୀଙ୍କ ସଂଖ୍ୟା ପଡି ମୂଲ୍ୟ ସ୍ଥାନରେ ଶୂନ୍ୟ , ପଡୁଛି । ଆଉ ରେଟ୍ ଜାଗାରେ ଶୂନ୍ୟ ଲେଖାଯାଇଛି । ଏହାର ଅର୍ଥ ଯାତ୍ରୀଙ୍କ ଠାରୁ କୌଣସି ଦେୟ ନିଆଯାଉ ନାହିଁ । ତାହା ସହ ଏ ନେଇ ଲୋକଙ୍କୁ ସଚେତନ କରୁଛି କ୍ରୁଟ । ପରିବେଶକୁ ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ କରିବା ପାଇଁ ରାଜଧାନୀରେ ଇ ବସ ଚଳାଚଳ ଆରମ୍ଭ କରାଯାଇଥିଲା l ଏବେ ରାଜଧାନୀର ୧୦ଟି ରୁଟ୍‌ରେ ଗଡୁଛି ଏହି ଇ-ବସ । ତେବେ ଲୋକମାନଙ୍କୁ ପ୍ରଦୂଷଣ ନିମନ୍ତେ ସଚେତନ କରିବା ପାଇଁ ଆଜି ଏପରି ଏକ ନୂଆ ଢଙ୍ଗର ପଦକ୍ଷେପ ନିଆଯାଇଛି l

Comments are closed, but trackbacks and pingbacks are open.