ସୌମ୍ୟ ମୃତ୍ୟୁ ମାମଲା ରେ ତହସିଲଦାରଙ୍କୁ ଜେରା

25

ପାରଳାଖେମୁଣ୍ଡି ବହୁ ଚର୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ଙ୍କ ମୃତ୍ୟୁ ମାମଲାରେ ଆଜି ତହସିଲଦାରଙ୍କ ଚ୍ୟାମ୍ବରରେ ତାଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ। ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ପ୍ରକ୍ରିୟା ଜାରି ରଖିଛି। ଘଟଣା ଦିନ ସୌମ୍ୟଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀ ନେଇଥିଲେ ତହସିଲଦାର। ଆଜି CDMO ଅଫିସ୍ ପରିସରରେ ୨ ଡାକ୍ତର (ଡା. କୃଷ୍ଣଚନ୍ଦ୍ର ବେହେରା ଓ ଅଭିଳାଷ ପଣ୍ଡା )ଙ୍କୁ କ୍ରାଇମବ୍ରାଞ୍ଚ ପ୍ରାୟ ୩ ଘଣ୍ଟା ଧରି ଜେରା କରିଛି । ତେବେ ସଂଧ୍ୟାରେ ତହସିଲଦାରଙ୍କୁ ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଏସ୍ପି କହିଥିଲେ। ଗତକାଲି ଜଗୁଆଳି, ମାଳି ଏବଂ ଜଣେ ବନ କର୍ମଚାରୀଙ୍କୁ ଗୁଡ଼େଇ ତୁଡ଼େଇ ପ୍ରାୟ ୨୦୦ ରୁ ଅଧିକ ପ୍ରଶ୍ନ ପଚାରିଥିଲେ I

ସୂଚନାଯୋଗ୍ୟ, ସୌମ୍ୟରଂଜନ ପୋଡି ଗୁରୁତର ହେବା ପରେ ତାଙ୍କୁ ଚିକିତ୍ସା ଲାଗି ପାରଳାଖେମୁଣ୍ଡି ମେଡିକାଲ ନିଆଯାଇଥିଲା । ସେଠାରେ ମାଜିଷ୍ଟ୍ରେଟ ଭାବେ ପାରଳାଖେମୁଣ୍ଡି ତହସିଲଦାରଙ୍କ ଉପସ୍ଥିତି ଥିବା ବେଳେ ତାଙ୍କ ଜମାନବନ୍ଦୀ ନିଆଯାଇଥିଲା। ସେତେବେଳେ କିଏ କିଏ ଉପସ୍ଥିତ ଥିଲେ, କ’ଣ ପାଇଁ ଜମାନବନ୍ଦୀ ନିଆଯାଇଥିଲା, ଏଥିପାଇଁ କିଏ ନିର୍ଦ୍ଦେଶ ଦେଇଥିଲା ତାହା ମୁଖ୍ୟତଃ କ୍ରାଇମବ୍ରାଞ୍ଚର ଫୋକସ୍‌ରେ ରହିଥିଲା । ତେବେ ପୋଡ଼ି ଯାଇଥିବା ସୌମ୍ୟ ମେଡିକାଲରେ ପହଞ୍ଚିବା ବେଳକୁ ତାଙ୍କ ଅବସ୍ଥା କିପରି ଥିଲା, ତାଙ୍କୁ କଣ ସବୁ ଚିକିତ୍ସା କରାଯାଇଥିଲା, ଚିକିତ୍ସା ପରେ ତାଙ୍କୁ କେଉଁ ପରିସ୍ଥିତିରେ ଡାକ୍ତର ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ, ମେଡିକାଲରୁ ଆମ୍ବୁଲାନ୍ସ କେତେବେଳେ ଛାଡିଥିଲା ଏ ସମସ୍ତ ପ୍ରସଙ୍ଗକୁ ନେଇ ଆଜି କ୍ରାଇମବ୍ରାଞ୍ଚ ଡାକ୍ତରମାନଙ୍କୁ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, କ୍ରାଇମ୍‌ବ୍ରାଞ୍ଚ ୫ ଦିନ ହେବ ସୌମ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି। ମୁଖ୍ୟତଃ ସୌମ୍ୟଙ୍କ ସହକର୍ମୀ ଏସିଏଫ୍, ଫରେଷ୍ଟ ଗାର୍ଡ , ରୋଷେୟା, ଜଗୁଆଳି, ମାଳି ଏବଂ ଆମ୍ଭୁଲାନ୍ସ ଡ୍ରାଇଭର ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡିତ ଜଣ ଜଣଙ୍କୁ ଡାକି ଚାଲିଛି ଜେରା। ପାରଳାଖେମୁଣ୍ଡି ଥାନା ପରିସରରେ ଥିବା ଗେଷ୍ଟ ହାଉସରେ ମାରାଥନ୍ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ୫୦ ରୁ ୬୦ ପ୍ରଶ୍ନ, ସମସ୍ତଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି ତଦନ୍ତକାରୀ ଟିମ୍ ।
ଗତକାଲି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ଜଗୁଆଳିକୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌। ଜେରା ବେଳେ ଡିଏଫ୍ଓଙ୍କ ଜଗୁଆଳି ଦେଇଥିବା ବୟାନକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ସେ କହିଥିଲେ, ଘଟଣା ଦିନ ରାତି ପ୍ରାୟ ୮ଟା ବେଳେ ଡିଏଫ୍ଓଙ୍କ ଘରକୁ ଯାଇଥିଲେ ଗଜପତି ଜିଲ୍ଲାପାଳ । ପୂର୍ବରୁ ଏହି ମାମଲାରେ ଜିଲ୍ଲାପାଳଙ୍କ ନାଁ କୌଣସି ଚର୍ଚ୍ଚାକୁ ଆସିନଥିଲା । ଜଗୁଆଳିଙ୍କ ବୟାନ ଏବେ ଘଟଣାକୁ ପୁଣି ଏକ ନୂଆ ଦିଗ ଦେଇଛି ।
କ୍ରାଇମବ୍ରାଞ୍ଚ ଡିଏସ୍‌ପି କହିଛନ୍ତି, ଆବଶ୍ୟକ ପଡିଲେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇପାରେ I

କହିରଖୁଛୁ କି ସୌମ୍ୟରଂଜନ ଙ୍କ ମୃତ୍ୟୁ କୁ ଏକ ମାସ ରୁ ଉର୍ଦ୍ଧ୍ଵ ସମୟ ବିତିଯାଇଥିଲେ ହେଁ ,ପାରଳାଖେମୁଣ୍ଡି ପୋଲିସ ସତ୍ୟ ଉନ୍ମୋଚନ କରିବାକୁ ଅସମର୍ଥ ହେଲା ଏବଂ ପାରଳାଖେମୁଣ୍ଡି ପୋଲିସ ର ତଦନ୍ତ ଉପରେ ସୌମ୍ୟ ଙ୍କ ପରିବାର ଲୋକେ ଅସନ୍ତୁଷ୍ଟ ଥିଲେ ତେଣୁ ସେମାନେ ମୁଖ୍ୟମନ୍ତ୍ରୀ ଙ୍କ ଠାରେ ଗୁହାରି କରିଥିଲେ କି କେଶ କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର ହେଉ I

Leave A Reply

Your email address will not be published.